ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ କନିଷ୍ଠ ପ୍ରାଣୀଧନ ଚିକିତ୍ସ । ଅଧିକାରୀ, ଖପ୍ରାଖୋଲ, ମୁଖ୍ୟବକ୍ତା ରୂପେ ସାମାଜିକ କର୍ମୀ ତଥା ସାମ୍ବାଦିକ ଶ୍ରୀ ଅଭୟ ତ୍ରିପାଠୀ, ସମ୍ମାନୀତ ଅତିଥି ରୂପେ ସାମ୍ବାଦିକ ଶ୍ରୀ ତାପସ ବେହେରା, ଶ୍ରୀ ଉମାକାନ୍ତ ପଧାନ, ସାମାଜିକ କର୍ମୀ, ଶୁଶିଲ କୁମାର ପଧାନ, ଯୋଗଦେଇଥିଲେ । ଏହି ସାଧାରଣ ସଭାରେ ଗତ ୨୦୨୨/୨୩ ବର୍ଷର କାର୍ଯ୍ୟକ୍ରମ ଓ ଆୟ ବ୍ୟୟ ଉପସ୍ଥାପନ କରାଯାଇଥିଲା। ଉପସ୍ଥିତ ସଭ୍ୟ, ସଭ୍ୟା ଙ୍କ ସର୍ବ ସମ୍ମତି ଅନୁମୋଦନ କରାଗଲା। ଆଗାମୀ ୨୦୨୩/୨୪ ବର୍ଷ ର ଆୟ ବ୍ୟୟ ଅଟକଳ ଓ କାର୍ଯ୍ୟକ୍ରମ ସ୍ଥିର କରାଗଲା । ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସରକାର ଙ୍କୁ ଏକ ପ୍ରସ୍ତାବ ଦେବା ପାଇଁ ବୈଠକ ରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଗଲା ।
ଖପ୍ରାଖୋଲ, ବେଲପଡ଼ା, ତୁରେକେଲା ବ୍ଲକ ମାନଙ୍କ ରେ ସଘନ ଭାବରେ କାର୍ଯ୍ୟ କରା ଯିବ । ଶ୍ରମିକ ମାନଙ୍କର ଲେବର କାର୍ଡ ପଞ୍ଜିକରଣ, ନବୀକରଣ, ବେନେଫିଟ ପାଇଁ ଜିଲ୍ଲା ଶ୍ରମ ବିଭାଗ ସହିତ ଯୋଗା ଯୋଗ କରି ଉକ୍ତ କାର୍ଯ୍ୟ ଟି କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ କାର୍ଯ୍ୟକର୍ତ୍ତା, ଶ୍ରୀ ମିଳନ ପୁଞ୍ଜି, ଅନ୍ନପୂର୍ଣ୍ଣ । ମହାଲିଙ୍ଗ, ଲୋଚନ, ବରିହା, ଗୋଲାପ ନିଆଲ୍, ତପ ପୁଞ୍ଜି, ପ୍ରଶାନ୍ତ ପରୁଆ, ଭାରତୀ ମାଝୀ ପ୍ରମୁଖ ଅକ୍ଲାନ୍ତ ପରିଶ୍ରମ କରିଥିଲେ।
ପ୍ରଥମ ପର୍ଯ୍ୟାୟ ଅଧିବେଶନ ପରେ କପସିପାଲି ଅଫିସ୍ ଠାରେ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଯାଇଥିଲା । ନୂତନ ନିର୍ବାଚିତ ବ୍ଲକ କମିଟିର କର୍ମକର୍ତ୍ତା ଙ୍କୁ ଖପ୍ରାଖୋଲ ବ୍ଲକ ର ଦାୟିତ୍ବ ଓ କ୍ଷମତା ଅପର୍ଣ କରାଗଲା । ସଭା ଶେଷ ରେ ଶ୍ରୀ ଗୋଲାପ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.