୧୯ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ବ୍ଳକର ଚନ୍ଦ୍ରଗିରି ଠାରେ ଅନ୍ତରବା ଚୁଡଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତା ମରମଣଯନ୍ତା ପାଲଟି ମଧ୍ୟରେ ନିର୍ମାଣଧିନ ନବ ନିମିତ ପୋଲ ଦବିଯାଇଛି ।ନିମ୍ନମାନର କାମ ଯୋଗୁଁ ପୋଲ ତଳୁ ସିମେଣ୍ଟ ପଲସ୍ତରା ଖସି ପଡି ଲୁହାଛଡା ମଧ୍ୟ ଦିଶୁଛି । ସୁରକ୍ଷା ପାଚେରି ନିର୍ମାଣ କରାନଯାଇ ମାଟି ପକାଯାଉଛି ଲୁହାଛଡ ମଧ୍ୟ ବାହାରକୁ ବାହାରି ରହିଛି । ଏଭଳି ଅବସ୍ଥାରେ ପ୍ରତିଦିନ ଦୁର୍ଘଟଣା ବୃଦ୍ଧି ପାଇବା ସହ ଲୋକଙ୍କୁ ଧନଜୀବନ ଦାନୀ ହେଉଥିବା କହିଛନ୍ତି । ବାରିଆବନ୍ଧ ଗ୍ରାମର ଯାଜବ ରଇତ, କନ୍ୟା ଶବର, ଗୁରୁବାଡା ମଣ୍ଡଳ, ପ୍ରଶାନ୍ତ ଗମାଙ୍ଗ, ଯୁନେଶ ଶବରଙ୍କ ସମେତ ୫ ପଞ୍ଚାୟତର ଅଞ୍ଚଳବାସୀ ଚନ୍ଦ୍ରଗିରି ଠାରୁ ଅନ୍ତରବା ଓ ଚଡୁଙ୍ଗପୁର ରାସ୍ତା ପୂତ୍ତ ବିଭାଗ ଅଧିନ । ମାତ୍ର ୫କିମି ୨୦୦ମିଟର ରାସ୍ତାକୁ ଦେଢବର୍ଷ ହେବ ଉନ୍ନତିକରଣ କରାଯାଇଛି । ପ୍ରାୟ ସାତ କୋଟିରୁ ଉଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ କାର୍ଯ୍ୟ ଚାଲିଛି ।
ଧାର୍ଯ୍ୟ ଅବଧି ମାର୍ଚ ୨୦୨୨ ସରିଯାଇଥିଲେ ମଧ୍ୟ କାମ ସରିନି । ରାସ୍ତା ବାରୋଟି ସ୍ଥାନରେ ପୋଲ ଓ କଲଭଟ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଜନପ୍ରତିନିଧି ଓ ଅଞ୍ଚଳବାସୀ । ଏନେଇ ନେଇ ବିଭାଗୟ କନିଷ୍ଠ ଯନ୍ତ୍ରି ,ସହକାରୀ ଯନ୍ତ୍ରୀ ଓ ଠିକାଦାରଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ତେଣୁ ସମସ୍ୟା ନେଇ ପାରଳାଖେମୁଣ୍ଡି ପୂର୍ତ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସମେତ ଗଜପତି ଜିଲ୍ଲାପାଳ ଓ ମୁଖ୍ୟମନ୍ତୀଙ୍କ ନିକଟକୁ ଅଭିଯୋଗ ପତ୍ର ଗ୍ରାମବାସୀ ପଠାଇଥିବା କହିଛନ୍ତି । ଯଦି ରାସ୍ତା ମରାମତି କରାନଯାଏ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଚନ୍ଦ୍ରଗିରି ଠାରୁ ଅନ୍ତରବା ଓ ଚଡୁଙ୍ଗପୁର ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ରହିଥିବା ବେଳେ ରାସ୍ତାର ମାତ୍ର ୫ କିମି ୨୦୦ ମିଟର ରାସ୍ତାକୁ ଦେଢବର୍ଷ ହେବ ପ୍ରଶସ୍ତୀକରଣ ଓ ଉନ୍ନତୀକରଣ କରାଯାଇଛି । ଏଥିପାଇଁ ୭ କୋଟି ଉଦ୍ଧ୍ବ ଅର୍ଥ ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲୁଛି । ୨୦୨୨ ସୂଚନା ଫଳକରେ ଲେଖାଯାଇଥିଲେ ମଧ୍ୟ ଆଜିସୁଧା ନିର୍ମାଣ କାର୍ଯ୍ୟ ସେଷ ହୋଇନି । ସମସ୍ୟା ନେଇ ଆମେ ମୋହନା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାକର ସେଠୀଙ୍କୁ ପଚାରିବାରୁ ରାସ୍ତା କାମରେ ଅନିୟମିତତା ହେଉଥିବା ଘଟଣା ସତ ।
ରାସ୍ତା ଖରାପ ଯୋଗୁଁ ସେ ନିଜେ ବାଇକ୍ ରେ ଯିବା ବେଳେ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି । ଯଦି ଠିକାଦାର ଠିକ୍ ଭାବେ କାମ ନକରିଥିବ ତାହା ହେଲେ ଠିକାଦାର ଉପରେ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

© 2023 Odisha Taza News.