No Result
View All Result
୧୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରେ ନୂତନ ଭାବେ ନିଯୁକ୍ତି ପାଇଥିବା ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଭୁବନେଶ୍ୱର ଠାରେ ଦଳୀୟ ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ନିଜ ବାସଭବନ ଠାରେ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ଜିଲ୍ଲାର ସାଙ୍ଗଠନିକ ସମ୍ପର୍କରେ ଉଭୟ ନେତାଙ୍କ ସହ ଆଲୋଚନା କରିବା ସହ ସମସ୍ତ ବ୍ଲକରେ ରାସ୍ତା,
ପାନୀୟ ଜଳ ସହ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ଚଳିତ ବର୍ଷ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଯଥାଶୀଘ୍ର ଆରମ୍ଭ କରିବା ନିମନ୍ତେ ଉଭୟ ନେତାଙ୍କୁ ଅନୁରୋଧ କରିଛନ୍ତି । ଏହି ସୌଜନ୍ୟମୂଳକ ସାକ୍ଷାତ ବେଳେ ଗଜପତି ଜିଲ୍ଲାସଭାପତିଙ୍କ ସହ ପୂର୍ବତନ ସାଂସଦଏନ୍. ଭାସ୍କର ରାଓ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି
No Result
View All Result