• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଶ୍ବର ନାରୀନେତ୍ରୀ ମାନଙ୍କର ସମାନ ମାନ୍ୟତା ପାଇଁ ରଣହୁଙ୍କାର

Proprietor Abhimanyu Maharana by Proprietor Abhimanyu Maharana
March 12, 2023
in ଓଡ଼ିଶା, ଦେଶ, ହୋମ୍
0
ବିଶ୍ବର ନାରୀନେତ୍ରୀ ମାନଙ୍କର ସମାନ ମାନ୍ୟତା ପାଇଁ ରଣହୁଙ୍କାର
Share on FacebookShare on TwitterWhatsapp

ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ଓ ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ଶକ୍ତି ଉତ୍ସବ ଆୟୋଜନ

୧୧ ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ/ ଭୁବନେଶ୍ୱର/ ନୂଆଦିଲ୍ଲୀ/ଲଣ୍ଡନ/ କାନବେରା/ ରୋଡସଆଇଲ୍ୟାଣ୍ଡ :- ମହିଳାମାନେ ସମାଜରେ ସମାନ ସମ୍ମାନ, ଉଚିତ୍ ମାନ୍ୟତା ଓ ଉପଯୁକ୍ତ ଅଧିକାର ପାଇବା ପାଇଁ ହକଦାର ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ପାଳନ ଉପଲକ୍ଷେ ୱାର୍ଲଡ୍ ଓଡ଼ିଶା ସୋସାଇଟି( ୱାଓସୋ) ର ସହଯୋଗରେ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ତରଫରୁ ଆୟୋଜିତ ଦ୍ଵିତୀୟ ଶକ୍ତି ଉତ୍ସବରେ ଭାଗ ନେଇ ସମ୍ମାନୀୟ ଅତିଥିମାନେ ସାରା ବିଶ୍ବରେ ନାରୀଜାତି ନିଜର ଭୂମିକା, ଦାୟିତ୍ଵ ଏବଂ କର୍ତ୍ତବ୍ୟକୁ ଦକ୍ଷତାର ସହିତ ସମ୍ପାଦନା କରିବା ସାଙ୍ଗକୁ ଦେଶ ଓ ଜାତିର ମଙ୍ଗଳ ପାଇଁ ଉଲ୍ଲେଖଯୋଗ୍ୟ ସେବା ପ୍ରଦାନ ଯୋଗୁଁ ପ୍ରଶଂସା ଅର୍ଜନ କରି ଚାଲିଥିବା ଦର୍ଶାଇଥିଲେ। ଉଭୟ ବାସ୍ତବ ଓ ଆଭାସୀ ମଞ୍ଚରେ ଅନୁଷ୍ଠିତ ଏହି ସମାରୋହରେ ଶତାଧିକ ସଂଖ୍ୟାରେ ତୁଙ୍ଗ ନାରୀନେତ୍ରୀ, ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆ ନେତୃବୃନ୍ଦ, ବିଶ୍ଵ ଭରି ଶୋଭନୀୟ ଆନ୍ଦୋଳନ ଏବଂ ୱାଓସୋର ସଦସ୍ୟଗଣ ତଥା ଉତ୍ସବସ୍ଥଳ କଟକର ବିଡାନାସୀସ୍ଥିତ ଶୋଭନୀୟ ଶିକ୍ଷାଶ୍ରମର ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ରଙ୍ଗ ବେରଙ୍ଗର କପଡ଼ା ଓ ଫୁଲରେ ସଜାଯାଇଥିବା ସଭାସ୍ଥଳ ସମଗ୍ର ପରିବେଶକୁ ଉତ୍ସବମୁଖର କରି ଗଢ଼ି ତୋଳିଥିଲା। ଆଗନ୍ତୁକ ଅତିଥି ମାନେ ପ୍ରଥମେ ମଞ୍ଚରେ ଶୋଭା ପାଉଥିବା ଶୋଭନୀୟ ଆନ୍ଦୋଳନର ପ୍ରତିଷ୍ଠାତା ପୂଜ୍ୟ କୁମାର ଭାଇଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରିବା ପରେ ପାରମ୍ପରିକ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ବିବେଦୀ ନାରୀ ମାନେ ଦୁନିଆର ସୃଷ୍ଟିକର୍ତ୍ତା ହୋଇଥିବାରୁ ସଦାସର୍ବଦା ପୂଜାର ପାତ୍ର ବୋଲି ଉଲ୍ଲେଖ କରିଥିଲେ। ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଓ ୱାଓସୋର ପ୍ରତିଷ୍ଠାତ୍ରୀ ଡକ୍ଟର ଅରୁନ୍ଧତୀ ଦେବୀ, ସାରା ଦୁନିଆରେ ମାତୃଶକ୍ତିକୁ ଯଥୋଚିତ ମାନ୍ୟତା ଦିଆଗଲେ ଏକ ସୁସ୍ଥ, ସୁରକ୍ଷିତ ଓ ଶୋଭନୀୟ ସମାଜ ଗଠନ ସମ୍ଭବପର ହେବ ବୋଲି ସୁଚାଇଥିଲେ। ୱାଓସୋର ମହିଳା ଶାଖାର ସଭାପତି ଡକ୍ଟର ସୁନନ୍ଦା ମିଶ୍ର ପଣ୍ଡା ଭାରତୀୟ ସଂସ୍କୃତିରେ ବେଦ ଯୁଗ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ନାରୀ ଜାତିକୁ ନିରନ୍ତର ଭାବେ ଭବ୍ୟ ମର୍ଯ୍ୟାଦା ପ୍ରଦାନ କରାଯାଇ ଆସିଛି ବୋଲି କହିଥିଲେ।

ୱାଓସୋର ମହିଳା ଶାଖାର ସାଧାରଣ ସମ୍ପାଦକ ଚିଦାତ୍ମିକା ଖଟୁଆ, ମହିଳା ମାନେ ସବୁକ୍ଷେତ୍ରରେ ସେମାନଙ୍କର ଉତ୍କର୍ଷତା ପ୍ରତିପାଦନ କରି ପ୍ରଶସ୍ତି ଅର୍ଜନ କରୁଥିବା ପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥି ବଲାଙ୍ଗୀରର ଉପଜିଲ୍ଲାପାଳ ଶୁଭସ୍ମିତା ମିଶ୍ର ନାରୀ ଦୟା, କ୍ଷମା ଏବଂ କୃତଜ୍ଞତାର ଜାଜ୍ଵଲ୍ୟମାନ ପ୍ରତୀକ ତଥା ଭଗବାନଙ୍କର ସର୍ବୋକୃଷ୍ଟ କୃତୀ ବୋଲି କହିଥିଲେ। ମହିଳା କୋମଳ କିନ୍ତୁ କମଜୋର ନୁହେଁ ବୋଲି ସୂଚାଇ ସୁଶ୍ରୀ ମିଶ୍ର ସମାଜର ସଫଳ ପ୍ରଗତି ପାଇଁ ଉଭୟ ନାରୀ ଓ ପୁରୁଷଙ୍କ ମଧ୍ୟରେ ସନ୍ତୁଳନ ରଖାଯିବାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ପଟ୍ଟୟସୀ ଇଲିଆନା ସିଟ୍ଟାରିଷ୍ଟି ମାତୃଶକ୍ତିକୁ ସର୍ବୋପରି ଓ ସର୍ବଶ୍ରେଷ୍ଠ ଆଖ୍ୟା ପ୍ରଦାନ କରିଥିଲେ।

ପ୍ରତିଷ୍ଠିତ ଲେଖିକା କବିତା ଗୁପ୍ତା ନାରୀ ଜାତିର ସଶକ୍ତିକରଣ ସକାଶେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଇଣ୍ଡୋନେସିଆର ଆଧ୍ୟାତ୍ମିକ ଗୁରୁ ଅଗସ ଇନ୍ଦ୍ର ଉଦୟନ୍ ବିଶ୍ଵ ସାରା ସୁଖସମୃଦ୍ଧି କାମନା କରି କବିତା ଆବୃତ୍ତି କରିଥିଲେ। ଶୋଭନୀୟ ଆନ୍ଦୋଳନର ବରିଷ୍ଠ ସଦସ୍ୟ ଡଃ ବନଲତା ଦେବୀ ଦେବଶିଶୁ ମାନେ ନୀତିନିଷ୍ଠ ଓ ଆତ୍ମନିର୍ଭର ହେବା ଉପରେ ଜୋର୍ ଦେଇଥିଲେ। ଅଧ୍ୟାପିକା ଜ୍ୟୋତିର୍ମୟୀ ମହାନ୍ତି ନାରୀ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ପରିସ୍ଫୁଟନ ଓ ବିନିଯୋଗକରଣ ସପକ୍ଷରେ ମତ ପ୍ରକାଶ କରିଥିଲେ। ଅଷ୍ଟ୍ରେଲିଆରୁ ୱାଓସୋର ଉପାଧ୍ୟକ୍ଷ ଡଃ ନଳିନୀ ପତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅନନ୍ୟା ଦେବ ଓ ଗୁନଗୁନଙ୍କ ନେତୃତ୍ବରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନେ ସୁମଧୁର ଆବାହନୀ ସଙ୍ଗୀତକୁ ଆଧାର କରି ନୃତ୍ୟ ପ୍ରଦର୍ଶନ କରିଥିଲେ। ପ୍ରସିଦ୍ଧ ଗାୟିକା ଅନିନ୍ଦିତା ଦାସ ତାଙ୍କର ମର୍ମସ୍ପର୍ଶୀ ସଙ୍ଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଲଣ୍ଡନରୁ ଡଃ ଭାଗ୍ୟଶ୍ରୀ ସିଂହ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ପ୍ରିୟରଞ୍ଜନ ମହାନ୍ତି ଓ ନନ୍ଦନ ଦ୍ବିବେଦୀ ଦକ୍ଷତାର ସହିତ ଡିଜିଟାଲ କକ୍ଷକୁ ନିୟନ୍ତ୍ରଣ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଗୁରୁ ପ୍ରସାଦ ମିଶ୍ର, ସତ୍ୟଗୋପାଳ ରାଜଗୁରୁ, ଡ଼ଃ ମୃତ୍ୟୁଞ୍ଜୟ ଦାଶ, ଆମେରିକାରୁ ଅକ୍ଷୟ ମହାନ୍ତି, ଦକ୍ଷିଣ କୋରିଆରୁ ଡଃ ସୀତାଂଶୁ ଶେଖର ନନ୍ଦ, ଇଟାଲୀରୁ ଦେବାଶିଷ ଶ୍ରୀଚନ୍ଦନ, ଚାଟାର୍ଡ ଏକାଉଣ୍ଟାଣ୍ଟ ସୁଧୀର ଦାଶ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ପୁଷ୍ପାଞ୍ଜଳି ବାରିକ, ବିଏମସି କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ଡଃ ଅନୀତା ପଣ୍ଡା, ଡଃ ଅନୀତା ସାବତ, ମମତା ପ୍ରଧାନ, ଗୀତାଞ୍ଜଳି ସ୍ୱାଇଁ, ରୀତା ପାତ୍ର, କାବେରୀ ବେହେରା, ଦେବଦୀପ୍ତି ବିଶ୍ଵାଳ, ତପସ୍ଵିନୀ ଦାସ ଏବଂ ସୁଶ୍ରୀ ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version