No Result
View All Result
୧୦ ମାର୍ଚ୍ଚ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ରାଜ୍ୟ ସରକାର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ଦାବି ଗୁଡ଼ିକ ପ୍ରତି ଅବହେଳା କରୁଥିବା ପ୍ରତିବାଦରେ ତିନି ଦଫା ଦାବି ନେଇ ନୂଆଗାଁ ବ୍ଲକ୍ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହ ଏକ ପ୍ରତିବାଦ ସଭା କରିଥିଲେ ।
ସଂଘର ସଭାପତି ସୁଧୀର କୁମାର ପ୍ରଧାନ,ସମ୍ପାଦକ ନରେନ୍ଦ୍ର କୁମାର ବେହେରା ,ଜିଲ୍ଲା ପ୍ରତିନିଧି ଗତିକୃଷ୍ଣ ପ୍ରଧାନ ଙ୍କ ସମେତ ସଙ୍ଘୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ,କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଏବଂ ପୁରୁଣା ପେନସନ ପ୍ରଦାନ ଆଦି ଦାବି ଗୁଡ଼ିକ ପ୍ରଦାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବ ଆଦି ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ।
୯ ତାରିଖ ଗୁରୁବାର ଠାରୁ ନୂଆଗାଁ ବ୍ଲକ୍ ର ସମସ୍ତ ଏନ୍ ପି ଏସ ଶିକ୍ଷକ ଶିକ୍ଷୟତ୍ରୀ ଡ୍ରେସ୍ କୋର୍ଡ ବର୍ଜନ କରିଥିବା ଦେଖିବାକୁ ମିଳିଛି । ଦାବି ପୂରଣ ନ ହେଲେ ଆଗାମୀ ୧୫ ତାରିଖରୁ ନୂଆଗାଁ ବ୍ଲକ୍ ର ସମସ୍ତ ଏନ୍ ପି ଏସ ଶିକ୍ଷକ ଶିକ୍ଷୟତ୍ରୀ ଛୁଟିରେ ରହିବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
No Result
View All Result