୫ମାର୍ଚ୍ଚ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ସଦରମହକୁମା ରେ ଥିବା ଐତିହାସିକ ମେଳିଆ ତୋଟା ଠାରେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ,ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ର ହଜାର ହଜାର ବିଜେଡି କର୍ମୀ ଙ୍କ ଉପସ୍ଥିତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୮ ଘଟିକା ସମୟରେ ମେଳିଆ ତୋଟା ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ମହାବୀର ମନ୍ଦିର ନିକଟରେ ପହଞ୍ଚିଥିଲା । ଦଶପଲ୍ଲା ବିଧାୟକ ଡାକ୍ତରଖାନା ଛକ ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଏବଂ ଦଶପଲ୍ଲା ର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।
ତତ୍ ସହିତ ଡ଼ାକ୍ତରଖାନା ରେ ରୋଗୀ ଙ୍କୁ, ବୃଦ୍ଧାଶ୍ରମ ରେ ଥିବା ଅନ୍ତେବାସୀ ଙ୍କୁ ଏବଂ ଜେଲ ରେ ଥିବା କଏଦୀ ଙ୍କୁ ଫଳ ବଣ୍ଟନ କରିଥିଲେ । ଅପରାହ୍ନ ୩ ଘଟିକା ସମୟରେ ମହାବୀର ମନ୍ଦିର ରୁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ବାହାରି ବିଜୁ ବାବୁ ଅମର ରହେ, ମୁଁ ବିଜୁ ବାବୁ ପରି ହେବି,ଜୟ ବିଜେଡ଼ି ଜୟ ନବୀନ ଏବଂ ଶଙ୍ଖ ଧ୍ବନିରେ ବଜାର ପରିକ୍ରମା କରି ମେଳିଆ ତୋଟା ଥରେ ପହଞ୍ଚିଥିଲେ । ସେଠାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକାର୍ଯ୍ୟ ରେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା ଙ୍କ ସମେତ ୩ ଟି ବ୍ଲକ୍ ର ଜିଲ୍ଲା ପରିଷଦ ସଭ୍ୟ ,ସଭ୍ୟା, ଯୁବ ଛାତ୍ର ,ମହିଳା ନେତ୍ରୀ, ବିଜେଡ଼ି ନେତୃବୃନ୍ଦ ,
ଶହ ଶହ ବିଜେଡ଼ି କର୍ମୀ ଏବଂ ଦଶପଲ୍ଲା ଏନ୍ ଏ ସି ର କାଉନସିଲର ମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଓଡ଼ିଶା ପ୍ରତି ଯେଉଁ ସ୍ବପ୍ନ ଥିଲା ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଯୋଗୁଁ ପୂରଣ ହେବାକୁ ଯାଉଛି ,ଓଡ଼ିଶା ଏକ ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ରେ ପରିଣତ ହୋଇଥିବା ଦଶପଲ୍ଲା ବିଧାୟକ କହିଥିଲେ । ତତ୍ ସହିତ ଚଳିତ ବର୍ଷ ବଜେଟ ଏକ ଅବିସ୍ମରଣୀୟ ବଜେଟ ବୋଲି କହିଥିଲେ । ତତ୍ ସହିତ ସମସ୍ତେ ଏକତ୍ରିତ ହୋଇ ନବୀନ ଓଡ଼ିଶା ଗଠନ କରିବା ପାଇଁ ଶପଥ ପାଠ କରିଥିଲେ । ଲୋକାରଣ୍ୟ ହୋଇଥିଲା ମେଳିଆ ତୋଟା ।
© 2023 Odisha Taza News.