ଅବଶିଷ୍ଟ ଜୀବନ ବନ୍ଧୁ ମାନଙ୍କ ମଧ୍ୟରେ ସୁସଂପର୍କ ରଖିବା ଓ ବିପଦ ଆପଦରେ ସାହାଯ୍ୟ ସହଯୋଗ କରିବାକୁ ନିଷ୍ପତି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଘବ ଚନ୍ଦ୍ର ଚିନରା , ବେଣୁଧର ଗୁରୁ ,ବିଜୟ କୁମାର ଚିନରା , ରସାନନ୍ଦ ସାହୁ , ଭଗବାନ ସାହୁ , ସତ୍ୟବାଦୀ ସାହୁ , ଇଶ୍ୱର ଚନ୍ଦ୍ର ଅଗ୍ରୱାଲା , ପ୍ରଫୁଲ୍ଲ କୁମାର ସାହୁ , ଜୟକୃଷ୍ଣ ବାରିକ , ବାଇଧର ନାୟକ , ଦୁର୍ଲ୍ଲଭ ସାମଲ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ରମେଶ ଚିନରା ଧନ୍ୟବାଦ ଅର୍ପଣ କରିଥରଲେ । ଶେଷରେ ସମସ୍ତ ସଦସ୍ୟ ପ୍ରସିଦ୍ଧ ଦୌଡେଶ୍ୱର ମନ୍ଦିର ଓ ଗଣେଶ ଖୋଲା ପରିଦର୍ଶନ କରିଥିଲେ । ମାଟ୍ରିକ ପାସ ହେବାର ଦୀର୍ଘ ୪୮ ବର୍ଷ ପରେ ପରିଣତ ବୟସରେ ଏଭଳି ବନ୍ଧୁମିଳନ କାର୍ଯ୍ୟକ୍ରମ ବାସ୍ତବରେ ନିଆରା ଓ ଯୁବସମାଜ ପାଇଁ ପ୍ରେରଣାଦାୟୀ ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଏଥିପାଇଁ ବ୍ରହ୍ମାନନ୍ଦ ସାହୁ ଓ ବେଣୁଧର ଗୁରୁ ଙ୍କ ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରାଯାଉଛି । 
© 2023 Odisha Taza News.