ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା, ରାଜ କିଶୋର ସାହୁ, ହରିଶ୍ଚନ୍ଦ୍ର ପ୍ରଧାନ, ଡମ୍ବୁରୁ ଧର ଡିଗାଲ ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ପ୍ରସାଦ ଲେଙ୍କା ପ୍ରମୁଖ ଯୋଗ ଦେଇ ଉକ୍ତ ବିଦ୍ୟାଳୟରେ ପ୍ରତ୍ୟେକ ବର୍ଷର ପରୀକ୍ଷା ଫଳାଫଳ ନିୟମିତ ଉଚ୍ଚ କୋଟିର ହୋଇ ଆସୁଛି, ଆଗାମୀ ଦିନରେ ମଧ୍ୟ ଏପରି ବଜାୟ ରଖିବା ପାଇଁ ମୁଖ୍ୟବକ୍ତା ମତ ରଖିଥିଲେ l
ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏଥିରେ ଅମ୍ବିକା ବିଭାର, ପ୍ରଭାସିନୀ ଦିଗାଲ , ତାରାବତୀ ପ୍ରଧାନ ଓ ସେବତୀ ମଲ୍ଲିକ ଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ବେହେରା, ହେମନ୍ତ କୁମାର ପାତ୍ର, ସତ୍ୟଜିତ ମହାପାତ୍ର ଓ ଜୟଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

© 2023 Odisha Taza News.