No Result
View All Result
୨୪ ଫେବୃଆରୀ ,ଶୁକ୍ରବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଆଗାମୀ ମାର୍ଚ ୧୫ ତାରିଖରେ ସାରା ଓଡିଶା ରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ହେବାକୁ ଯାଉଛି । ଏ ନେଇ ବ୍ଳକର ସମସ୍ତ ଡ୍ରାଇଭରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଖଜୁରିପଦା ପୂତ୍ତବିଭାଗ ଡାକବଙ୍ଗଳା ପରିସରରେ ଓଡିଶା ଡ୍ରାଇଭର ମହାସଂଘର ସଭାଫତି ଜଗନ୍ନାଥ ପାଇକଙ୍କ ଅଧ୍ୟକ୍ଷତାରେ କହିଥିଲେ । ଗଜପତି ଜିଲ୍ଲା ସାଧାରଣ ସମ୍ପାଦକ ଭୈରବ ବିଶୋଇ, ଜିଲ୍ଲା ସହ ସମ୍ପାଦକ କିରଣ ସେଠୀ,
କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପୂଜାରୀ, ଖଜୁରୀପଦା ଆଞ୍ଚଳିକ ସଭାପତି ରବିନ୍ଦ୍ରନାଥ ପାଇକ, ଏନ୍. ଝାଲରସିଂ ଆଞ୍ଚଳିକ ସଭାପତି ନରେନ ରଇତ, ପୁଟୁରୁପଡା ଅଞ୍ଚଳ ସଭାପତି ପ୍ରଶାନ୍ତ ଜାନୀ ପ୍ରମୁଖ ଯୋଗ ଦେଇ ଆଗାମୀ ମାର୍ଚ ୧୫ ତାରିଖ ଆରମ୍ଭ ହେଉଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନକୁ ଶାନ୍ତି ଶୁଙ୍ଖଳା ସହକାରେ ପରିଚାଳନା କରିବା ପାଇଁ କହିଥିଲେ । ଏହି ଅବସରେ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ବ୍ଳକ ସଭାପତି ଜଗା ପାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result