Home ଓଡ଼ିଶା ଜାଣନ୍ତୁ ସୋମବାର ଆପଣଙ୍କର ଆଜିର ରାଶିଫଳ by Proprietor by Abhimanyu Maharana 1 year ago Share on FacebookShare on TwitterWhatsapp ୧୩ ଫେବୃଆରୀ ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମେଷ : ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଜି ସରକାରୀ ଲାଭ ହେବାର ସମ୍ଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ। ମଧ୍ୟାହ୍ନ ପରେ ମନ ଅସ୍ଥିର ହୋଇପାରେ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। ବୃଷ : ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ। ଆଜି ମିତ୍ର ତଥା ସ୍ନେହୀଜନମାନଙ୍କ ସହିତ ସାକ୍ଷାତ ଆନନ୍ଦପ୍ରଦ ରହିବ। ଦିନର ଅଧିକାଂଶ ଭାଗ ଧନ ସମ୍ବନ୍ଧିତ ଯୋଜନା ବନାଇବା ପାଇଁ କଟିବ। ପିତା ଏବଂ ବଡ଼ମାନଙ୍କଠାରୁ ଲାଭର ଆଶା ଅଛି। ମିଥୁନ : ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ। ମିତ୍ର ଏବଂ ପରିଜନମାନଙ୍କର ସହଯୋଗ ଆନନ୍ଦମୟ ହେବ। ଉତ୍ତମ ଭୋଜନ ଏବଂ ବସ୍ତ୍ରର ସୁବିଧା ମଧ୍ୟ ଆପଣଙ୍କୁ ଆଜି ମିଳିବ। ବ୍ୟବସାୟ ଏବଂ ବ୍ୟାପାରରେ ଅନୁକୂଳ ବାତାବରଣରେ ମନରେ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ଭଲ ଚାଲିବ। କର୍କଟ : ଆର୍ଥିକ ଦୃଷ୍ଟିକୋଣରୁ ଆଜି ଆୟର ତୁଳନାରେ ଖର୍ଚ୍ଚ ଅଧିକ ହୋଇପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, କାହା ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ସମସ୍ୟାରେ ପରିବର୍ତ୍ତନ ଆସିବ। ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟୀ ଦିନ ଅଟେ। ସିଂହ : ଆଜିର ଦିନ ବହୁତ ଭଲ ଭାବରେ କଟିବ। ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ଆନନ୍ଦପ୍ରଦ ଏବଂ ଲାଭପ୍ରଦ ସମାଚାର ଆପଣଙ୍କୁ ମିଳିବ। ମିତ୍ରମାନଙ୍କଠାରୁ ମଧ୍ୟ ଶୁଭ ସମାଚାର ମିଳିବ। ଆୟରେ ବୃଦ୍ଧି ହେବ ତଥା ଧନଲାଭ ହେବ।କନ୍ୟା : ଆପଣଙ୍କ ଦିନ ଅନୁକୂଳ ରହିବ। ପରିଜନମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧ ପ୍ରେମଭରା ରହିବ। ମିତ୍ର ଏବଂ ସ୍ଵଜନମାନଙ୍କଠାରୁ ଉପହାର ମିଳିବ। ବ୍ୟାବସାୟରେ ଉପର ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ। ଆପଣଙ୍କ ପ୍ରସନ୍ନତାରେ ବୃଦ୍ଧି ହେବ। ମିତ୍ରମାନଙ୍କଠାରୁ ଲାଭ ହେବ। ତୁଳା : ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ହେବ। ବ୍ୟବସାୟରେ ଅଧିକାରୀ ଆପଣ ଉପରେ ପ୍ରସନ୍ନ ରହିବେ। ସନ୍ତାନମାନଙ୍କ ସହିତ ମତଭେଦ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ କାର୍ଯ୍ୟାଳୟର ବାତାବରଣରେ ସୁଧାର ହେବ। ପ୍ରମୋସନର ସମ୍ଭାବନା ଅଛି। ମାନ-ସମ୍ମାନର ପ୍ରସଂଗ ଉପସ୍ଥିତ ହେବ। ବିଚ୍ଛା : ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଅନିଷ୍ଟ ବିଷୟଗୁଡ଼ିକରୁ ଛୁଟି ପ୍ରାପ୍ତ କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ। ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବ୍ୟବସାୟ କ୍ଷେତ୍ରରେ ଆପତ୍ତି ହୋଇପାରେ।ଧନୁ : ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ସକାଳେ ଆପଣ ଆନନ୍ଦ ଏବଂ ମନୋରଞ୍ଜନରେ ଡୁବି ରହିବେ। ପାରିବାରିକ ବାତାବରଣ ମଧ୍ୟ ଆନନ୍ଦପ୍ରଦ ରହିବ। ଶାରୀରିକ ଏବଂ ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ। ମନରେ ନକାରାତ୍ମକ ବିଚାରକୁ ନ ଆସିବାକୁ ଦିଅନ୍ତୁ। ଏହା ମନ ବ୍ୟଥିତ କରିପାରେ। ମକର : କଥାବାର୍ତ୍ତା କରିବା ସମୟରେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ-ଶାନ୍ତି ଏବଂ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। ମାନ-ସମ୍ମାନରେ ବୃଦ୍ଧି ହେବ। ଆର୍ଥିକ ଲାଭ ହେବ। ମଧ୍ୟାହ୍ନ ପରେ ଆପଣ ମିତ୍ର ଏବଂ ସ୍ଵଜନମାନଙ୍କ ସହିତ ସମୟ କଟାଇବେ। ବାହନସୁଖ ମିଳିବାରୁ ମନ ପ୍ରଫୁଲ୍ଲିତ ରହିବ। କୁମ୍ଭ : କଳା ପ୍ରତି ଆଜି ଆପଣଙ୍କୁ ବିଶେଷ ରୁଚୀ ରହିବ। ଖର୍ଚ୍ଚର ମାତ୍ରା ଆଜି ଅଧିକ ରହିବ। ସନ୍ତାନମାନଙ୍କ ସମ୍ବନ୍ଧିତ ଚିନ୍ତା ବ୍ୟଥିତ କରିବ। ପରନ୍ତୁ ମଧ୍ୟାହ୍ନ ପରେ ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ। ଅସଂମ୍ପୂର୍ଣ୍ଣ କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବ। ଶାରୀରିକ ସ୍ଵାସ୍ଥ୍ୟରେ ସୁଧାର ହେବ। ଆର୍ଥିକ ଲାଭ ହେବ। ମୀନ : ଆଜି ଅଧିକ ଭାବନାଶୀଳ ନ ରହିବା ପାଇଁ ଉପଦେଶ। ମାନସିକ ରୂପରେ ଶିଥିଲତା ଅନୁଭବ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ପାଇଁ ଆଜି ଲାଭକାରୀ ଦିନ ଅଟେ। ସମ୍ଭବ ହୋଇପାରିଲେ ଯାତ୍ରାକୁ ଟାଳି ଦିଅନ୍ତୁ। ସମ୍ମାନର ଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। Categories: ଓଡ଼ିଶା, ପୁରୀ, ମହାନଗର, ରାଶିଫଳ, ହୋମ୍ Related Content ଲୋକଙ୍କୁ ବିକାଶର ହିସାବ ଦେଲେ ପାଣ୍ଡିଆନ by Proprietor by Abhimanyu Maharana May 7, 2024 ଗଞ୍ଜାମର ହିଞ୍ଜିଳି-ଶେରଗଡ଼ ଓ ଖଲ୍ଲିକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିଶାଳ ରୋଡ ସୋ by Proprietor by Abhimanyu Maharana May 7, 2024 ବାଘମାରୀରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ by Proprietor by Abhimanyu Maharana May 7, 2024 ରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ by Proprietor by Abhimanyu Maharana May 7, 2024 ଓଡ଼ଗାଁରେ ବିଜେଡି ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ by Proprietor by Abhimanyu Maharana May 7, 2024 ସରକାରଙ୍କର କାର୍ଯ୍ୟରେ ଆସୁନି ନୂତନ ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଗୃହ by Proprietor by Abhimanyu Maharana May 7, 2024