ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକଉତ୍ସବ

ନିଜ ଉପରେ ଭରସା ଓ ଦୃଢ ଆତ୍ମ ବିଶ୍ୱାସ ରଖିଲେ ସଫଳତା ମିଳିବ : ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆଦର୍ଶ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଆଦର୍ଶ ନାଗରିକ ହେବାକୁ ମହେଶ ଙ୍କ ଆହ୍ୱାନ

୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ର ପ୍ରଥମ ବାର୍ଷିକୋତ୍ସବ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁବେଳେ ସକରାତ୍ମକ ଚିନ୍ତାଧାରା /ଭାବନା ସହିତ ଦୃଢଅ। ତ୍ମ ବିଶ୍ୱାସ ଓ ନିଜ ଉପରେ ଭରସା ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଦର୍ଶ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଆଦର୍ଶ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ଓଡିଶା ଆଦର୍ଶ ବିଦ୍ୟାଳୟ ନୋଡାଲ ପ୍ରିନସପାଲ ,ଢେଙ୍କାନାଳ ପ୍ରଫୁଲ୍ଲ କୁମାର ମହାନ୍ତି , ଗୋବର୍ଦ୍ଧନ ପୀଠ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ।ତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶିକ୍ଷୟିତ୍ରୀ ଶ୍ରୀମତୀ ରୀତାଞ୍ଜଳି ସାହୁ ବାର୍ଷିକ ବିବରଣୀ ମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ଅଭାବ ,ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଦେବ ପ୍ରସାଦ ସେନ , ପ୍ରଦୀପ୍ତ କୁମାର ବେହେରା ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରଥମ ବାର୍ଷିକ ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ କାର୍ଯ୍ୟକ୍ରମକୁ ସରସସୁନ୍ଦର କରିଥିଲେ ।