୩ ତମ ରୋହିତ୍ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

୧୦ ଫେବୃଆରୀ, ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଛୁଇନରା ଠାରେ ରୋହିତ୍ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ସୁମତି ମାଝୀ ଯୋଗଦେଇ ଉଦଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ଯାଚ ଧୂଙ୍ଗୀଆ ମୁଣ୍ଡା ଓ ବେହେରା ବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ ମ୍ଯାଚ ରେ ଧୂଙ୍ଗୀଆମୁଣ୍ଡା ବିଜୟ ହେଇଥିଲା । ଦ୍ଵିତୀୟ ମ୍ଯାଚ ଟି ଓଡ଼ିଆ ପାଳି ଓ ଲଥା କେନ୍ଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଉକ୍ତ ମ୍ଯାଚ ରେ ଓଡିଆ ପାଳି ବିଜୟୀ ହୋଇଥିଲା । ଉକ୍ତ ଖେଳ ଟି ତିନିଦିନ ଧରି ଚାଲିବ ବୋଲି କମିଟ ସୂତ୍ରରୁ ସୂଚନା ମିଳିଛି । ଖେଳ କୁ ନୀଳ ବେହେରା ଓ ବସନ୍ତ ଭୁଏ ଖେଳ ପରିଚାଲାନା କରିଥିବା ବେଳେ ଯୋବି ମାଝୀ ସ୍କୋର ଦାୟିତ୍ଵ ତୁଳାଇଥିଲେ । ସୁବାଷ ଧରୁଆ , ବିଶ୍ଵାମିତ୍ର ଧରୁଆ , ଦେବେନ୍ଦ୍ର ଧରୁଆ ଯୁବରାଜ ଧରୁଆ, ବ୍ରହ୍ମା ଦାସ, ଯଦୁମଣି ଭୋଇ, ଉମାକାନ୍ତ ଭୋଇ , ଲକ୍ଷ୍ମଣ ମାଝୀ ,କୃଷି ଧରୁଆ, ନାୟିକୁ ଧରୁଆ, ରୋହିତ୍ ଧରୁଆ ହୃଦାନନ୍ଦ ଧରୁଆ ମହିନ୍ଦ୍ରା ଧରୁଆ ଚୂଳ ଧରୁଆ, ପ୍ରଶାନ୍ତ ବେହେରା,ପ୍ରେମ ପାଣ୍ଡେ, ଶ୍ଯାମ ଧରୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗକରିଥିଲେ । ଆସନ୍ତା ରବିବାର ଦିନ ରୋହିତ୍ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହେବ ବୋଲି କମିଟ ସୂତ୍ରରୁ ସୂଚନା ମିଳିଛି ।