ଯାତ୍ରୀବାହୀ ଓ ହାଇଓ୍ବାବସ ମଧ୍ୟରେ ଧକ୍କା : ୫ ଯାତ୍ରୀ ଗୁରୁତର, ୧୫ରୁ ଉର୍ଦ୍ଧ୍ବ ଆହତ

୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମୟୂରଭଞ୍ଜ ,କରଞ୍ଜିଆ :- ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରର ବାମନାtb ଶାଳ ନିକଟରେ ଥିବା ଗ୍ରିଡ ସବ୍ ଷ୍ଟେସନ ସମ୍ମୁଖରେ ଏକ ବାଲି ବୋଝେଇ ହଇୱାକୁ କଲ୍ୟାଣୀ ନାମକ ଏକ ଘରୋଇ ବସ ଧକ୍କା ଦେଇଛି । ଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ସମ୍ପୂର୍ଣ ଗୁରୁତର ହେଇଥିବାବେଳେ ୧୫ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହେଇଥିବା ଜଣାଯାଇଛି । ସୂଚନା ଅନୁସାରେ, କଲ୍ୟାଣୀ ନାମକ ଘରୋଇ ବସ ଆଜି କରଞ୍ଜିଆ ବ୍ଲକ ହାତୀବାରି ଠାରୁ କରଞ୍ଜିଆ ସହର ଅଭିମୁଖେ ଆସୁଥିବା ବେଳେ ଏକ ବାଲି ବୋଝେଇ ହାଇୱା ନମ୍ୱର ଓଡି ୧୬ ଏ ୦୭୯୦ କୁ ଗ୍ରିଡ୍ ସବ୍ ଷ୍ଟେସନ ସମ୍ମୁଖରେ ପଛ ପଟୁ ଧକ୍କା ଦେବା ଫଳରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

ଖବର ପାଇ ୩ ଟି ୧୦୮ ଆମ୍ବୁଲାନ୍ସ ସହିତ ପୁଲିସ ମଧ୍ୟ ନିଜ ଗାଡିରେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲ ରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଥିବା ଜଣାଯାଇଛି । ପରେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ପୀଡିତା ଏବଂ ଜନସାଧାରଣ କ୍ଷତିପୂରଣ ଦାବି କରିବା ସହ ଦୋଷୀ ବିରୋଧରେ ନାରାବାଜି କରିଥିଲେ ।