ଆଜୀବନ କାରାଦଣ୍ଡ ଦେଲେ ଅଦାଲତ ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ

୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭଦ୍ରକ :- ତନ୍ତ୍ର ସାଧନା ପାଇଁ ନିଜ ପତ୍ନୀଙ୍କୁ ବଳି ଦେଇଥିବା ସ୍ୱାମୀକୁ ଆଜୀବନ କାରାଦଣ୍ଡ । ଅଭିଯୁକ୍ତର ପରିଚୟ ପ୍ରହଲ୍ଲାଦ ଦାସ । ସେ ବାଁଶଡା ଥାନା ଅନ୍ତର୍ଗତ ଖଦାଳପୋଖରି ଗାଁର ବାସିନ୍ଦା । ଭଦ୍ରକ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ଅଭିଯୁକ୍ତ ସ୍ୱାମୀକୁ ଏଭଳି ରାୟ ଶୁଣାଇଛନ୍ତି । ଏହା ସହିତ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ଅଦାଲତ ପକ୍ଷରୁ କୁହାଯାଇଛି ।