ଆର. ଉଦୟଗିରିରେ ଜାତୀୟ ମତଦାତା ଦିବସରେ ସପଥପାଠ

୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଆର. ଉଦୟଗିରି ବ୍ଳକ କାର୍ଯ୍ୟାଳୟ ପରିସରରେ ଜାତୀୟ ମତଦାତା ଦିବସ ପାଳିତ କରାଯାଇଛି । ବିଡିଓ ଲରିମନ ଖର୍ସେଲଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ପଦଧିକାରୀ , ଶିକ୍ଷାବିତ୍, ଭୋଟର, ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗ ଦେଇ ` ମତଦାନ ନାହିଁ ବିକଳ୍କ , ଭୋଟ ମୁଁ ନିଶ୍ଚୟ ଦେବି କଲି ସଂକଳ୍କ ‘ ବୋଲି ସପଥ ନେଇଥିଲେ ।ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଆର,ଉଦୟଗିରି ଓ ରାମଗିରି ମହେନ୍ଦ୍ରଗିରି ଉର୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୁତ କରାଯାଇଥିଲା । ଇଲେକ୍ଟୋରାଲ୍ ଡିଭିଜନ୍ ଓ ଡ୍ରାଫ ପବ୍ଲିକେସନ୍ ହେବା ପରେ ପ୍ରତିବର୍ଷ ଏହି ଦିନଟିକୁ ଜାତୀୟ ମତାଦାତା ଦିବସ ଭାବେ ପାଳନ କରାଯାଉଛି ।ଏହି ଅବସରରେ ନୂତନ ଭୋଟରଙ୍କୁ ସାମିଲ କରିବା, ମୃତ ବ୍ୟକ୍ତିଙ୍କୁ ବାଦ୍ ଦେବା ପ୍ରକ୍ରିୟା ସମାପି ପରେ ଚୂଡନ୍ତ ତାଲିକା ପ୍ରସ୍ତୁତ କରାଯାଏ । ଆଉ ମତଦାନ ପ୍ରକ୍ରିୟାକୁ ଅକ୍ଷୁଣ୍ଣ ରଖି ନିର୍ଭୀୟ ହୋଇ, ଜାତି, ଧର୍ମ, ବଣ୍ଣ, ଗୋଷ୍ଠୀ ଶାନ୍ତୀପୂର୍ଣ ଭାବେ ମତାଧିକାର ପ୍ରୟୋଗ କରିବା ପାଇଁ ସଚେତନତା ସ୍ବରୂପ ଏହି ଦିବସ ପାଳନ କରାଯାଏ ବୋଲି ଶ୍ରୀ ଖର୍ସେଲ କହିଥିଲେ ।