୨ୟ ଦିନରେ ଶ୍ରୀବତ୍ସ ମେମୋରିଆଲ ଫୁଟବଲ

୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ  :- ଜଟଣୀ ବ୍ଲକ୍ ଅନ୍ତର୍ଗତ କୁସୁମାଟି,ଛଣଘର ଠାରେ ଚାଲୁଥିବା ୨୪ତମ ଶ୍ରୀବତ୍ସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ୨ୟ ଦିନରେ କିଶୋର କ୍ଲବ୍ ଭୁବନେଶ୍ଵର ଓ ସବର କ୍ରୀଡା ସଂଘ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖେଳର ପ୍ରଥମାର୍ଦ୍ଧର ୨୯ମିନିଟରେ କିଶୋର କ୍ଲବର ଅଜୟ ହାଁସଦା ଜର୍ସି ନଂ ୧୭ ଏକ ଚିତ୍ତାକର୍ଷକ ଗୋଲକରି ଦଳକୁ ଅଗ୍ରଣୀ କରିଥଲେ ପ୍ରତି ଉତ୍ତରରେ ଖେଳର ଦିତୀୟାର୍ଦ୍ଧର ୩୨ମିନିଟରେ ସବର କ୍ରୀଡା ସଂଘର ପପୁ ନାୟକ ଏକ ଗୋଲ୍ ସ୍କୋର କରି ସମାନ ସମାନ ସ୍ଥିତିକୁ ଆଣିଥିଲେଫଳରେ ଖେଳ ଶେଷ ପର୍ଯ୍ୟନ୍ତ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ନ’ପାରିବାରୁ ଖେଳ ଅମିମାଂସିତ ରହିଥିଲା । ଯାହା ଫଳରେ ଟ୍ରାଇ ବ୍ରେକର ପଦ୍ଧତି ଆପଣାଇବାକୁ ପଡ଼ିଥିଲା ଏଥିରେ ଶବର କ୍ରୀଡ଼ାସଂଘ ୫-୪ ଗୋଲରେ କିଶୋର କ୍ଳବକୁ ପରାସ୍ତ କରି ଆସନ୍ତା କାଲି ବିଡାନାସୀ କ୍ଲବ୍ କଟକ ସହିତ ପ୍ରଥମ ସେମି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ଆଜିର ଅନୁଷ୍ଠିତ ଖେଳରେ ଶବର କ୍ରୀଡ଼ା ସଂଘର ଗୋଲ୍ କିପର୍ ଶିଶିର ନାୟକ ମ୍ୟାନ ଅଫ୍ ଦି ମ୍ୟାଚ୍ ଆଖ୍ୟା ଅର୍ଜନ କରିଛନ୍ତି। ଆଜିର ଏହି ମ୍ୟାଚରେ କୁସୁମାଟି,ଛଣଘର ହାଇସ୍କୁଲର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁ ଅତିଥି ଭାବେ ଯୋଗଦେଇଥିବା ବେଳେ ରେଫେରୀ ସଗିର ଅହମ୍ମଦ,ରମେଶ ପାଇକରାୟ,ପ୍ରଫୁଲ୍ଲ ବେହେରା ଓ ବିଜୟ ମଙ୍ଗରାଜ ଖେଳ ପରିଚାଳନା କରିଥିଲେ।