ସରକାରୀ କାର୍ଯ୍ୟକ୍ରମ ନେଇ ଗଣମାଧ୍ୟମକୁ ମିଳୁନି ସୂଚନା : ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ କଲେ ନେତା

୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ସରକାର ଓ ପ୍ରଶାସନର ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପ୍ରମୁଖ ମାଧ୍ୟମ ହେଉଛି ଗଣମାଧ୍ୟମ । କିନ୍ତୁ କେତେକ ସ୍ଥାନରେ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମକୁ ଅଣଦେଖା କରାଯାଉଛି । ଏହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୈପାରିଗୁଡା ପଂଚାୟତ ସମିତି କାର୍ଯ୍ୟାଳୟରେ । ଅଧିକାଂଶ ସମୟରେ ବୈପାରିଗୁଡା ପଂଚାୟତ ସମିତି କାର୍ଯ୍ୟାଳୟରେ ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ଗଣମାଧ୍ୟମକୁ ସୂଚନା ନ ଦେଇ କାର୍ଯ୍ୟକ୍ରମ କରୁଛନ୍ତି ।ଏପରିକି କୌଣସି ପ୍ରଶ୍ନ ପଚାରିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁନି । ଶୁତ୍କବାର ଦିନ ରାଜ୍ୟସରକାରଙ୍କ ଦ୍ୱାରା କରାଯାଇଥିବା ଉନ୍ନୟନ ମୂଳକ ଯୋଜନାର ନବୀକରଣର ଶୁଭ ଉଦଘାଟନ ଉତ୍ସବରେ କୋରାପୁଟ ବିଧାୟକ,ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧିଙ୍କ ସହ ସ୍ଥାନୀୟ ନେତା ଓ ବିଜେଡି ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିବାର ଜଣାପଡିଛି । ବ୍ଲକ ପରିସର ଭିତରେ ନୂତନ ସଭାଗୃହ, ସହିଦ ଲକ୍ଷ୍ମଣ ନାୟକ ପାଠାଗାର, ଶବବ୍ୟବଚ୍ଛେଦ ବିଶ୍ରାମ ଗୃହର ନବୀକରଣ ଶୁଭ ଉଦଘାଟନ କରାଯାଇଥିବାର ଜଣାପଡିଛି ।ତେବେ ଏବିଷୟରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେଇ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ କାର୍ଯ୍ୟକ୍ରମ ଆୟେଜନ କରାଯାଇଥିଲା ।