ବେଦାନ୍ତ ଆଲୁମିନିୟମ ଷ୍ଟଲ ମେକ ଇନ ଓଡ଼ିଶା ୨୦୨୨ରେ ପ୍ରମୁଖ ଆକର୍ଷଣ ଥିଲା

୫ ଦିନରେ ହଜାର ହଜାର ଲୋକଙ୍କୁ ଆକର୍ଷଣ କରିଥିଲା ଝାରସୁଗୁଡ଼ାର ଆଲୁମିନିୟମ ପାର୍କର ଶୁଭାରମ୍ଭ ଇଭେଂଟର ମୁଖ୍ୟ ଆକର୍ଷଣ ଥିଲା

୧୦ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ଭୁୁବନେଶ୍ୱର :- ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ  ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଭାଗ ନେଇଥିବା  ଷ୍ଟଲ ହଜାର ହଜାର ଦର୍ଶକଙ୍କୁ ଆକୃଷ୍ଟ କରିଥିଲା । ଭବିଷ୍ୟତର ଧାତୁ ବିନିଯୋଗ ପାଇଁ ଅତୀତର କଳା ପ୍ରତିପୋଷଣ ଉପରେ ଆଧାରିତ ଏହି ଷ୍ଟଲ ବିଜ୍ଞାନ, କଳା ଓ ପ୍ରଯୁକ୍ତି ବିଦ୍ୟାକୁ କଂପାନିର ଉତ୍ପାଦନର ଉତ୍କର୍ଷତା ମଧ୍ୟରେ ଜୀବନ୍ତ ରୂପ ଦେଇଥିଲା । ରାଜ୍ୟର ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ଶିଳ୍ପପତି, କାର୍ଯ୍ୟରତ ପେଶାଦାର, ଛାତ୍ର, ଗ୍ରାହକ, ବ୍ୟବସାୟିକ ସହଯୋଗୀ ଓ ଜନସାଧାରଣ ଆଲୁମିନିୟମ ବିଶ୍ୱର ପରିଚୟ ଏଠାରୁ ପାଇଥିଲେ ।

ଏକ ମଜାଳିଆ ଆଲୁମିନିୟମ ସାଇନ୍ସ ସ୍ଥାପନ ଯାହାକି ବକ୍ସାଇଟ ଖଣିରୁ ଆଲୁମିନା ପର୍ଯ୍ୟନ୍ତ କାର୍ଯ୍ୟଧାରାକୁ ପ୍ରଦର୍ଶନ କରାଯାଇଥିଲା । ସାଧାରଣଙ୍କ ପାଇଁ ଏହାକୁ ଅନୁଭବ କରିବା ଓ ପ୍ରକୃତ ନମୁନା ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପିଲାମାନଙ୍କ ପାଇଁ ଝଲକ ପ୍ରସ୍ତୁତ ହୋଇଥିଲା ।
ଆଲୁମିନିୟମରେ କଂପାନିର ଉତ୍ପାଦ ପରିସରକୁ ଦର୍ଶାଯାଇଥିଲା । ଏକ ଜୀବନ୍ତ କଳା ଓ ହସ୍ତଶିଳ୍ପ ସ୍ଥାପିତ ହୋଇଥିଲା ଯେଉଁଠାରେ ସଉରା କଳାକାର ଓ ବାଉଁଶ ବୁଣାକାରମାନେ ସେମାନଙ୍କ ଦକ୍ଷତା ପର୍ଦନ କରିଥିଲେ । ଏକ ଭାର୍ଚୁଆଲ ରିୟଲିଟି (ଭିଆର) କେନ୍ଦ୍ର ଯେଉଁଠାରୁ ଦର୍ଶକମାନେ ନନ୍ଦଘର ପ୍ରକଳ୍ପକୁ ଦେଖିଥିଲେ । ଏହା ବେଦାନ୍ତର ଫ୍ଲାଗସିପ ପ୍ରକଳ୍ପ ଯାହା ମହିଳା ଓ ଶିଶୁ ବିକାଶ ପାଇଁ ଅଙ୍ଗନବାଡ଼ିକୁ ବିକଶିତ କରଯାଇଛି । ଅନ୍ୟ ଏକ ବର୍ଦ୍ଧିତ ବାସ୍ତବତା କ୍ରୋମା ଲୋକମାନଙ୍କ ପାଇଁ ଷ୍ଟଲ ପରିଦର୍ଶନ କରିବାର ସ୍ମୃତିକୁ ଜୀବନ୍ତ କରି ରଖିଥିଲା ।

ଏହି ସମାରୋହର ମୁଖ୍ୟ ଆକର୍ଷଣ ଥିଲା ବେଦାନ୍ତ ଆଲୁମିନିୟମ ପାର୍କର ଭର୍ଚୁଆଲ ଉଦଘାଟନ, ଯାହା ମେଗା ଆଲୁମିନିୟମ ସ୍ମେଲଟର ଝାରସୁଗୁଡ଼ାରେ ବିକଶିତ ହେବ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ ଓ ଶ୍ରୀ ଅନୀଲ ଅଗ୍ରୱାଲ, ଚେୟାରମ୍ୟାନ-ବେଦାନ୍ତ  ଓ ଶ୍ରୀ ରାହୁଲ ଶର୍ମା ସିଇଓ ବେଦାନ୍ତ ଆଲୁମିନିୟମ ଉପସ୍ଥିତ ଥିଲେ । ବେଦାନ୍ତ ଆଲୁମିନିୟମ ପାର୍କ ଭାରତୀୟ ଆଲୁମିନିୟମ ଶିଳ୍ପର ପ୍ରତିଯୋଗିତାମୂଳକ ଧାତୁକୁ ବୃଦ୍ଧି କରିବା ପାଇଁ କଂପାନିର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ ଅଟେ । ଏହି ପାର୍କର ଉତ୍ପାଦ ଗୁଡ଼ିକ ବିଶ୍ୱସ୍ତରୀୟ ଚାହିଦା ସୃଷ୍ଟି କରିବ ଓ ବେଦାନ୍ତ ସ୍ମେଲଟରର ଗରମ ଧାତୁରୁ ସେମାନେ ଉତ୍ପାଦ ପ୍ରସ୍ତୁତ କରିପାରିବେ ।

ଶ୍ରୀ ରାହୁଲ ଶର୍ମା, ସିଇଓ- ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ- ମେକ ଇନ ଓଡ଼ିଶା କନକ୍ଲେଭ ଜୀବନ୍ତ ମେକ୍‌ର ଆଉ ଏକ ସଫଳ ସଂସ୍କରଣ ହୋଇଥିବାରୁ ଆମେ ଆନନ୍ଦିତ । ବେଦାନ୍ତ ଆଲୁମିନିୟମ ପାର୍କର ଉଦଘାଟନ ମାଧ୍ୟମରେ ରାଜ୍ୟ ସହିତ ଆମର ସହଭାଗିତା ପାଇଁ ଆମେ ଆଉ ଏକ ମାଇଲ ଖୁଂଟ ଯୋଡ଼ିଥିବାରୁ ଏହି ସଂସ୍କରଣ ସ୍ମରଣୀୟ ହେବ ।  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏଥିପାଇଁ ଆମେ କୃତଜ୍ଞତା ଜଣାଇବାକୁ ଚାହିଁବୁ ତାଙ୍କର ଦକ୍ଷ ସରକାର, ଆମର ଗ୍ରାହକ ଓ ସହଭାଗୀ ଶୁଭେଛୁ ଓ ସବୁ ହୀତାଧିକାରୀ ଆମ ପ୍ରଗତିର ଯାତ୍ରାରେ ଆମ ସହ ଛିଡ଼ା ହୋଇଛନ୍ତି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ  ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।