ଅନ୍ତର୍ଜାତୀୟ ଦିବ୍ୟିାଙ୍ଗ ଦିବସ

୦୪ ଡିସେମ୍ବର ରବିବାର (ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ବ୍ଲକ ସଦର ମହକୁମା ସ୍ଥତି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥି୍ଲା ବିଶ୍ବ ଭିନ୍ନକ୍ଷମ ଦିବସ ଗୋଷ୍ଠୀ ଅନ୍ତନିବେଶୀ ସାଧନ କେନ୍ଦ୍ରକୁ ଆର. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲ ଓ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମିନାୟଣ ଶବରଙ୍କ ଦ୍ବାରା ଉଦ୍ଘାଟନ କରିଥିଲେ । ବି ଆର ଟି ବିରଞ୍ଚି ନାରାୟଣ ଦାସ ଉପସ୍ଥିତ ଥିଲେ । ଆର. ଉଦୟଗିରି ଉର୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ ।ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଏବଂ ମୁଖ୍ୟ ବକ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନମନ୍ତିତ ହୋଇ ଉପସ୍ଥିତ ଥିଲେ । ବ୍ଲକର ୫୦ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥି୍ଲା । ଗୋଷ୍ଠୀ ଶିକ୍ଷାଅଧିକାରୀ ଦେବଦାସ ତାମରାମୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଯୁଧିଷ୍ଠିର ବେହେରା, ସ୍ଥ ପଞ୍ଚାୟତ ସରପଞ୍ଚ ଜାମେଶ ରାଇକା,ରାମଗିରି ହାଟପଦା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗିରିଧାରି ବଡନାୟକ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ଶିକ୍ଷକ ଅଭୟ କୁମାର ଦାସ ଏବଂ ଶିକ୍ଷକ ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ । ବ୍ଲକର ସମସ୍ତ ସି ଆର ସି ସି ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ପରିଶେଷରେ ରାମଗିରି ହାଟପଦା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଧନ୍ୟବାଦ ଜ୍ଞାପନ କରିଥିଲେ ।