ଆର. ଉଦୟଗିରି ବ୍ଲକ ପ୍ରାଥମିକ ଏକ୍ସ କେଡ଼େର ଗଣ ଶିକ୍ଷକ ସଂଘର ରାଲ୍ଲୀ

ତା..03.12.2022 (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଆର. ଉଦୟଗିରି ବ୍ଲକ ପ୍ରାଥମିକ ଶିକ୍ଷକ ଙ୍କ ଏକ ସାମୁହିକ ରାଲି କରି ଗଣ ଶିକ୍ଷକ ମାନଙ୍କ ୮ ଦଫାଦାବି କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ଏବିଇଓ ଯୁଧିଷ୍ଠିର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଏକ୍ସ କ୍ୟାଡର ଗଣ ଶିକ୍ଷକ ସଂଘର ସଭାପତି ବାଲାଜୀ ପରିଛାଙ୍କ ନେତୃତ୍ୱରେ ଆୟୋଜିତ ଏହି ରାଲିରେ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ବର୍ଗର ୨୦୦ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇ ନ୍ୟାର୍ଯ୍ୟ ଦାବୀକୁ ସମର୍ଥନ ଜଣାଇଥିଲେ l ଏହି କାର୍ଯ୍ୟକ୍ରମ ରେ , ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରଜନୀକାନ୍ତ ପାତ୍ର , ବ୍ଲକ ସଂଘ ସମ୍ପାଦକ ସନ୍ତୋଷ ତର।ସିଆ, ଉପ ସଭାପତି ଦଳପତି ରଇତ ଓ ଗୋପାଳ ପାଇକଙ୍କ ସମେତ ଏକ୍ସ କ୍ୟାଡର ସଂଘର କର୍ମକର୍ତ୍ତା ଓ ସମସ୍ତ ସଦସ୍ଯ ଯୋଗ ଦେଇଥିଲେ l