ବିଜୁ ଛାତ୍ର ଜନତା ଦଳ ନାଚୁଣୀ ମହାବିଦ୍ୟାଳୟର କ୍ୟାମ୍ପସ କମିଟି ସଦସ୍ୟ ଙ୍କ ଦ୍ଵାରା ଏକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା

୨୬ ନଭେମ୍ବର ଶନିବାର (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ଆଜି ନାଚୁଣୀ ମହାବିଦ୍ୟାଳୟ ପରିସର ରେ ବିଜୁ ଯୁବ ଜନତା ଦଳ ବାଣପୁର ବ୍ଲକ ସଭାପତି ଶ୍ରୀଯୁକ୍ତ ମୁନା ସେଣଙ୍କ ସଂଯୋଜନା ଏବଂ ବିଜୁ ଛାତ୍ର ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଶ୍ୱଦୀପ୍ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ ନାଚୁଣୀ ମହାବିଦ୍ୟାଳୟର କ୍ୟାମ୍ପସ କମିଟି ସଦସ୍ୟ ଙ୍କ ଦ୍ଵାରା ଏକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏଥିରେ ଦୀର୍ଘ ଦିନ ଧରି ମହାବିଦ୍ୟାଳୟ ପରିସରରେ ପଡି ରହିଥିବା ଅଳିଆ ଆବର୍ଜନା ଗୁଡ଼ିକୁ ସଫେଇ କରାଯାଇଥିଲା।ଏହା କମିଟି ସଦସ୍ୟ ଙ୍କ ସହ ମହାବିଦ୍ୟାଳୟ ର ଅନ୍ୟ ଛାତ୍ର ଛାତ୍ରୀ ଙ୍କ ସଂଯୋଜନା ରେ ପରିଚାଳିତ ହୋଇଥିଲା । କ୍ୟାମ୍ପସ କମିଟି ର ଏହି କର୍ଯ୍ୟଯୋଗୁଁ ଏହାର ସଦସ୍ୟ ମାନଙ୍କୁ ଅଧ୍ୟାପକ ମହଲ ରେ ସାବାସି ଦେବା ସହ ,ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମାଜ ର ହିତ ସାଧନା ନିମିତ୍ତ ଏକ ପ୍ରେରଣା ଆବିର୍ଭାବ ହୋଇଥିଲା , ଏଥିରେ କ୍ୟାମ୍ପସ କମିଟି ପକ୍ଷରୁ ରଞ୍ଜିତ ସାହୁ ,ଆଶାତୀତ ସାହୁ,ଶୁଭମ୍ ତ୍ରିପାଠୀ,ପ୍ରଭୁ ସ୍ୱାଇଁ ,ଚନ୍ଦନ ପ୍ରଧାନ , ବାଦଲ ସୁବୁଦ୍ଧି,ଜୀବନ ମହାପାତ୍ର ,ଶୁଭଶ୍ରୀ ପୃଷ୍ଟି,ସୁମିତ୍ରା ଦାସ, ସାଇ ସିଲନ ସେଣ ଆଦି ପରିଚାଳନା କରିଥିଲେ।