କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଦିବ୍ୟଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

୨୪ ନଭେମ୍ବର ଗୁରୁବାର (ଓଡ଼ିଶା ତାଜାନ୍ୟୁଜ ) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ୫୦ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଦୌଡ଼,ଗୀତ, ଆଳୁ ଚାମଚ୍ ରେସ, ଜିଲାପି ଡିଆ, ମେଉଜିକ ଚିଆର, ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାମାନ କରାଯାଇ ପ୍ରଥମ, ଦୁତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି କ୍ରିଡା ପ୍ରତିଯୋଗିତା ଟିକୁ ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚାରୁଲତା ନନ୍ଦ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରମେଶ ଚନ୍ଦ୍ର ନେଲୁରୁ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ବଳରାମ ପୂଜାରୀ,

 

ସମସ୍ତ ୧୧ ଟି ଜିପି ର ସିଆରସିସି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ । ସର୍ବପରି କୁଡୁମୁଲୁଗୁମ୍ମା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ସଂଯୋଜକ ଅଞ୍ଜନ ଚୌଧୁରୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କୃପାସିନ୍ଧୁ ଆମ୍ବାଗୁଡ଼ିଆ ଓ ହେମନ୍ତ କୁମାର ନାୟକ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ କନ୍ୟା ଆଶ୍ରମ ପୁରୁଣାଗୁମ୍ମାର ଦିବ୍ୟାଙ୍ଗ ଛାତ୍ରୀ ସସ୍ମିତା କିଞ୍ଚେଇଙ୍କୁ ପାଞ୍ଚଟି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପ୍ରମାଣ ପତ୍ର ସହିତ ଉପଢେକନ ଦେଇ କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା ।