ଆସନ୍ତା 26ରେ ଜେବିସିସି ଭୁବନେଶ୍ୱର ଟେନିସବଲ କ୍ରିକେଟ ଲିଗ : ଚମ୍ପିଆନ ଓ ରନର୍ସଅଫ ଟ୍ରଫି ଉନ୍ମୋଚିତ

୨୩ ନଭେମ୍ବର ବୁଧବାର (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସମଗ୍ର ଭୁବନେଶ୍ୱରରେ ପ୍ରାୟ 64 ଟି ଟିମ କୁ ନେଇ ଆସନ୍ତା ନଭେମ୍ବର 26 ତାରିଖରୁ ଜେ ବି ସି ସି ଟେନିସ ବଲ କ୍ରିକେଟ ଲିଗ ଆରମ୍ଭ ହୋଇ ଡିସେମ୍ବର 10 ତାରିଖ ପର୍ଯ୍ୟନ୍ତ ଚାଲିବ l 11 ତାରିଖ ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଖ୍ୟାତନାମା କ୍ରିକେଟର ଶ୍ରୀଶାନ୍ତ ଉପସ୍ଥିତ ରହି ଚମ୍ପିଆନ ଓ ରନର୍ସ ଅଫ ଟିମ କୁ ପୁରସ୍କୃତ କରିବେ l ଭୁବନେଶ୍ୱରରେ ଟେନିସ ବଲ କ୍ରିକେଟ ଖେଳୁଥିବା ସବୁ କ୍ରିକେଟ ଟିମଙ୍କ ଭିତରେ ଏହି ପ୍ରତିଯୋଗିତା କରାଯାଇ ଉତ୍କର୍ସ ଖେଳ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତ ମାନଙ୍କୁ ମଧ୍ୟ ମଧ୍ୟ ସମ୍ବର୍ଦ୍ଧିତ କରାଯିବ l ଯୁବବର୍ଗ ମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ, ପ୍ରତିଯୋଗୀ ମନୋଭାବ ତଥା ବିଭିନ୍ନ ଅସାମାଜିକ କାର୍ଯ୍ୟ, ନିଶା ସେବନରୁ ନିବୃତ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ବେଶ ଉପଯୋଗୀ ହୋଇ ପାରିବ lଆଜି ଏହି ଉପଲକ୍ଷେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ଠାରେ ଏହି ମ୍ୟାଚ ପାଇଁ ଚମ୍ପିଆନ ଓ ରନର୍ସ ଅଫ ଟ୍ରଫି ଉନ୍ମୋଚନ ସହିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଚମ୍ପିଆନ ଟିମ କୁ ଦଶ ହଜାର ସହ ଟ୍ରଫି ଓ ରନର୍ସ ଅଫ କୁ ସାତ ହଜାର ସହ ଟ୍ରଫି ଦିଆଯିବ l ଜେବିସିସିର ସଭାପତି ଶ୍ରୀ ବାସୁଦେବ ଭଟ୍ଟଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡ. ଗୌରବ ରେଲହlନ, ଡ଼ଃ ଦେବାଶିଷ ଦେବଦତ୍ତ, ଚିତ୍ତରଞ୍ଜନ ଦାସ, ଭୀମସେନ ପାଇକରାୟ,ଶିବନାରାୟଣ ମିଶ୍ର, ପୁଣ୍ୟାଶ୍ଳୋକ ମହାନ୍ତି,ପୂର୍ଣଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ପ୍ରଧାନ, ଲକ୍ଷ୍ମୀନାରାୟନ ଅଗ୍ରୱାଲ, ପ୍ରସନ୍ନ ବିଷୋୟୀ,ଜେବି ସି ସି କ୍ଲବ ଉପ ସଭାପତି ତରୁଣ ସିହ୍ନl, ସମ୍ପାଦକ ପ୍ରଦୁମ୍ନ ମହାନ୍ତି, ସହ ସମ୍ପାଦକ ସତ୍ୟଜିତ ମହାନ୍ତି, କୋଷାଧ୍ୟକ୍ଷ କୃଷ୍ଣ ବଲ୍ଲଭା ମହାନ୍ତି,ଆଦି ଉପସ୍ଥିତ ରହିଥିଲେ l ଭୁବନେଶ୍ୱରର ପ୍ରାୟ ଚାଳିଶ ରୁ ଅଧିକ ଟିମର କ୍ୟାପଟେନ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ