ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ରକ୍ତ ଦାନ ଶିବିର : ୫ ବର୍ଷ ମଧ୍ୟରେ ୮୯୦୧ ୟୁନିଟ୍ ରକ୍ତ ସଂଗ୍ରହ

 
୫ ବର୍ଷ ମଧ୍ୟରେ ୮୯୦୧ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୭ ନଭେମ୍ବର ସୋମବାର) ସିମୁଳିଆ :- ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଇରାବ୍ଲକର ବିଜେଡି କର୍ମୀ ମାନେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତିକୁ ଏକ ନିଆରା ଢଙ୍ଗ ରେ ପାଳନ କରିଛନ୍ତି । ତେବେ ବିଜେଡି ଦଳ ଆଜକୁ ପ୍ରାୟ ୨୫ ବର୍ଷ ପୂରଣ ଅବସର ରେ ରକ୍ତର ଅଭାବ ଦୂରୀକରଣ ପାଇଁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିର ରେ ବିଜେଡିର ବହୁ ନେତା ଓ କର୍ମୀ ମାନେ ରକ୍ତ ଦାନ କରିଥିଲେ ।ଖଇରା ବ୍ଲକ ବିଜୁ ମହିଳା ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସାରକୋଣା ପଞ୍ଚାୟତ ସାରକୋଣା ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ମେଗା ରକ୍ତଦାନ ଶିବିର ରେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କ ସମେତ ଦଳର ବରିଷ୍ଠ ନେତା ତଥା ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ବିଧାୟକ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଥିବା ଏହି ରକ୍ତ ଦାନ ଶିବିର ରୁ ୮୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସିମୁଳିଆ ନିର୍ବାଚନ ମଣ୍ଡଳୀ ରେ ଏହି ଭଳି ରକ୍ତ ଦାନ ଶିବିର କିଛି ନୂଆ ନୁହେଁ ଏହି ଭଳି ମହତ କାର୍ଯ୍ୟ ବିଧାୟକ ୫ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀରେ କରି ଆସୁଛନ୍ତି ଯେଉଁଥିପାଇଁ ରୋଗୀ ମାନଙ୍କ ରକ୍ତାଭାବ କୁ ଦୂର କରିବା ରେ ସହାୟକ ହେବା ସହ ଯୁବ ଗୋଷ୍ଠୀ ମଧ୍ୟରେ ଏକ ପ୍ରେରଣା ସୃଷ୍ଟି କରିବ ।

ଏଭଳି ଗତ ୫ ବର୍ଷ ଧରି ବିଧାୟକ ରକ୍ତ ଦାନ ଏକ ମହାନ୍ କାର୍ଯ୍ୟ ବୋଲି ଜନ ଜାଗରଣ ସୃଷ୍ଟି କରିପାରିଛନ୍ତି । ଦୀର୍ଘ ୫ ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ସିମୁଳିଆ-ଖଇରା ବିଜୁ ଜନତା ଦଳ ତରଫରୁ ଅନୁଷ୍ଠିତ ହୋଇଥିବା ରକ୍ତ ଦାନ ଶିବିର ରୁ ୮୯୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି ।