ବ୍ଳକସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ : ଏକ ବିକାଶିତ ରାଷ୍ଟ୍ରୀ ପାଇଁ ଦୁର୍ନୀତି ମୁକ୍ତ ଭାରତ ପାଇଁ ଶପଥ

ଓଡ଼ିଶା ତାଜା ନ୍ୟୁଜ ( ୪ ନଭେମ୍ବର ଶୁକ୍ରବାର) ବୈପାରିଗୁଡା :- ବୈପାରିଗୁଡା ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ବ୍ଳକସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଯାଇଛି । ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟର ଇନିସପେକ୍ଟର ସଞ୍ଜୟ କୁମାର ପ୍ରଧାନ ଓ ବିଭାଗର କର୍ମଚାରୀ ଚିଣ୍ଟୁ ପଟ୍ଟନାୟକ ଯୋଗଦାନ କରିଥିଲେ । ଏହି ବ୍ଲକସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ଶିବିରରେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ବ୍ଲକ ସରକାରୀ ଯନ୍ତ୍ରୀ ( ଏଇ ) ଲମ୍ବୋଧର ନାୟକ,

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତିକ ପାଢୀ, ବ୍ଲକର ସମସ୍ତ କର୍ମଚାରୀ ,ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ ଯେ ଏକ ବିକାଶିତ ରାଷ୍ଟ୍ରୀ ପାଇଁ ଦୁର୍ନୀତି ମୁକ୍ତ ଭାରତ । ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସଚେତନତା ସଭା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାଙ୍କୁ ଅତିଥି ଦ୍ୱୟ ପୁରସ୍କୃତ କରିଥିଲେ । ଅତିଥି ମାନେ ଉପସ୍ଥିତ ଥିବା ସରକାରୀକର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନିଜ ପ୍ରତିକିୟାରେ ପ୍ରକାଶ କରିଥିଲେ ଯେ ଦୁର୍ନୀତି ଓ ଭ୍ରଷ୍ଟାଚାରର ମୂଳୋତ୍ପାଟନ ହେଲେ ଯାଇ ଦେଶର ପ୍ରକୃତ ବିକାଶ ହୋଇପାରିବ ଏବଂ ଦେଶର ଗରିବ ଶ୍ରେଣୀର ଲୋକ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।