ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ଅତିଥି ଗଣଙ୍କୁ ଯୁବ ବିଜେଡିର ଭବ୍ୟ ସ୍ୱାଗତ

ଓଡ଼ିଶା ତାଜା ନ୍ୟୁଜ (୨ନଭେମ୍ବର ,ବୁଧବାର) ସମ୍ବଲପୁର :- ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବୁଧବାର ସମ୍ବଲପୁର ସହରରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ଲଷ୍ମୀ ଟକିଜ ଛକରୁ ବାହାରି ଗଙ୍ଗାଧର ମଣ୍ଡପ ପଡିଆ ପର୍ଯ୍ୟନ୍ତ ଯାଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିବା ଉଚ୍ଚ ଶିକ୍ଷା ମନ୍ତୀ ଇଂ. ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ, ପୂର୍ବତନ ବିଧାୟିକା ତଥା ବିଜେଡି ପ୍ରବକ୍ତା ଡ. ରାସେଶ୍ୱରୀ ପାଣିଗ୍ରାହୀ, ଜ଼ିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ, ବିଜେଡି ଜ଼ିଲ୍ଲା ସଭାପତି ଇଂ, ସିଦ୍ଧାର୍ଥ ଦାସଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ଯୁବ, ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ଙ୍କୁ ଗୋଲବଜାର ଛକରେ ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରାଙ୍କ ନେତୃତ୍ୱରେ କର୍ମୀ ମାନେ ଭବ୍ୟ ସ୍ୱାଗତ କରିଥିଲେ I ଜନ ସମ୍ପର୍କ ପଦଯାତ୍ରାର ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଯୁବ ବିଜେଡି ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର, ଯୁବ ବିଜେଡି ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ସମ୍ପାଦକ ଧର୍ମରାଜ ମରେଈ, ମହାନଗର ନିଗମ ସଭାପତି ନିଶାନ୍ତ ବହିଦାର, ଜ଼ିଲ୍ଲା ସମ୍ପାଦକ ମଞ୍ଜୁ ଓରାମ, ଡିଜିଟାଲ ସେକ୍ରେଟାରୀ ଚିତ୍ତ ରାଉଳ, ଯୁବ ବିଜେଡି ନେତା ଅଶ୍ବିନୀ ପାଢ଼ୀ, ରାଜକୁମାର ସାହୁ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ I