ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଓ ଡିବେଟ୍ ପ୍ରତିଯୋଗିତାରେ ପ୍ରିୟଙ୍କା ଦ୍ଵିତୀୟ ଓ ଶୁଭଶ୍ରୀ ତୃତୀୟ

ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ନୂଆଗାଁ :- ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ଓ ବିପତ୍ତିର ପୁନଃ କାରଣରେ ଗୋଷ୍ଠୀର ଭୂମିକା ଉପରେ ପ୍ରବନ୍ଧ ଓ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଉଦୟପୁର ସରକାରୀ ଅପ ଗ୍ରେଟେଡ ହାଇସ୍କୁଲ ର ୭ମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାଏକ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଜୁନିଅର ବିଭାଗରେ ଅଂଶଗ୍ରହଣ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ନୂଆଗାଁ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ସିନିଅର ବିଭାଗରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୃତିତ୍ୱ ଅର୍ଜନ କରିଥିବା ପ୍ରିୟଙ୍କା ଓ ଶୁଭଶ୍ରୀ ଙ୍କୁ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ପୁରସ୍କୃତ କରିଥିଲେ । ଏହା ପୂର୍ବରୁ ବ୍ଲକ୍ ସ୍ତରୀୟ ପ୍ରବନ୍ଧ ଓ ଡିବେଟ୍ ପ୍ରତିଯୋଗିତାରେ ପ୍ରିୟଙ୍କା ଓ ଶୁଭଶ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ ।