ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ସୋମବାର ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଗିରିକାନପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ ପି ଭି -୫୬ ଗ୍ରାମରେ ଜୟ ମାଁ କାଳିପୁଜା ଆନୁକୁଲ୍ୟରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଏହି ଉଦଯାପିତ ଭଲିବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଯମୁନା ମୁସାକି, ସମ୍ମାନୀୟ ଅତିଥି ଭାବେ ପଡ଼ିଆ ବ୍ଳକ ସାଂସଦ ପ୍ରତିନିଧି ସି ଏଚ ରେଵିଡ କୁମାର, ପଡ଼ିଆ ବ୍ଳକ୍ ଉପାଧ୍ୟକ୍ଷ କଲ୍ୟାଣ ବିଶ୍ଵାସ,ଭିମଲ ମଜୁମଦାର,ବାବୁରାମ ମଣ୍ଡଲ, ନରେଶ ମଣ୍ଡଲ,ବବ୍ଲୁ ମଣ୍ଡଲ,ଦିପକ ରାୟ,ବିପ୍ଲୟ ରାୟ, ବିଶ୍ୱଜିତ ମଣ୍ଡଲ,ଦିପକ ଭୋଲ୍,ଗୋପାଳ ଵୈଦ୍ୟ,ମହେଶ ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଏହି ଫାଇନାଲ ମ୍ୟାଚ ଉଭୟ ଏମ ପି ଭି -୧୫ ସହ ଏମ ପି ଭି -୪୮ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ ପି ଭି-୧୫ ବିଜୟ ଲାଭ ହୋଇଥିଲା । ଉପସ୍ଥିତି ମୁଖ୍ୟ ଅତିଥିଙ୍କ ଦ୍ଵାରା ଫାଇନାଲରେ ବିଜୟ ଦଳକୁ ୧୨୦୦୦ ଟଙ୍କା ସହ ଏକ ଟ୍ରଫି ଏବଂ ପରାସ୍ତ ଦଳକୁ ସମ୍ମାନୀୟ ଅତିଥିଙ୍କ ଦ୍ବାରା ୮୦୦୦ ଟଙ୍କା ସହ ଏକ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଟୁର୍ନାମେଣ୍ଟ ସ୍ଥାନୀୟ କମିଟି ସଦସ୍ୟଙ୍କ ଦ୍ଵାରା ଆୟୋଜନ କରାଯାଇଥିବା, ବେଳେ ଖେଳ ଦେଖିବାକୁ ଆଖ-ପାଖ ଅଞ୍ଚଳର ଅନେକ ଖେଳ ପ୍ରେମି ଭିଡ଼ ଦେଖିବାକୁ ମିଳିଥିଲା ।