ଆସିକା ନିର୍ବାଚନ ମଣ୍ଡଳୀର ଆସିକା ବ୍ଲକ : କମାଗଡ଼ ଓ ବେଣାପାଟ ଗ୍ରାମ ପଞ୍ଚାୟତରେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ରବିବାର) ଆସିକା :- ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ପଵିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର-୦୨ ଠାରୁ ନଭେମ୍ୱର -୦୨ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ବିଜୁ ଜନତା ଦଳ ସାଧାରଣ ଲୋକ ଙ୍କ ପାଖରେ ପହଞ୍ଚି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ର ଜନ କଲ୍ୟାଣକାରୀ ଯୋଜନା,

ଜନ୍ମ ରୁ ଜଇ ପର୍ଯ୍ୟନ୍ତ ଜନତାଙ୍କ ହିତ ପାଇଁ ଯୋଜନା କରି ମିଶନ ଶକ୍ତି ଜରିଆରେ ନାରୀ ସଶକ୍ତିକରଣ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହିପରି ବିଭିନ୍ନ ଜନ ମଙ୍ଗଳ ଯୋଜନାର କେତେଦୂର ସଫଳ ରୂପାୟନ ହୋଇଛି ଏବଂ କେଉଁଠି ସମସ୍ୟା ଅଛି ତା ଉପରେ ଘରକୁ ଘର ବୁଲି ଲୋକଙ୍କ ପାଖରେ ପହଞ୍ଚିବାକୁ ନିଷ୍ପତ୍ତି ହେଇଛି ।

ଏହି ପରିପ୍ରେକ୍ଷୀରେ ଆଜି ପଞ୍ଚମ ଦିବସରେ ଆସିକା ନିର୍ବାଚନ ମଣ୍ଡଳୀର ଆସିକା ବ୍ଲକ ଅନ୍ତର୍ଗତ କମାଗଡ଼ ଓ ବେଣାପାଟ ଗ୍ରାମ ପଞ୍ଚାୟତରେ ମାନ୍ୟବର ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା.