ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ : ୧-୦ ଗୋଲ୍ ରେ ଭାପୁରକୁ ହରାଇଲା ଓଡ଼ଗାଁ ବ୍ଳକ

ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଶୁକ୍ରବାର) ଇଟାମାଟି ଖେଳପଡିଆ :- ଜିଲ୍ଲାସ୍ତରୀୟ ଆନ୍ତଃବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଭାପୁର ଓ ଓଡ଼ଗାଁ ବ୍ଳକ ମଧ୍ୟରେ ଚିତ୍ତାକର୍ଷକ ଖେଳ ହୋଇଥିଲା । ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଇଟାମାଟି ଖେଳପଡିଆରେ ଅନୁଷ୍ଠିତ ଏହି ଖେଳରେ ଭାପୁର ବ୍ଲକ କୁ ୦-୧ ଗୋଲ୍ ରେ ପରାସ୍ତ କରିଥିଲେ ଓଡ଼ଗାଁ ବ୍ଳକ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ମୁଖ୍ୟଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭିବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର, ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର କୁମାର ଖଣ୍ଡା ଯୋଗଦେଇଥିଲେ ।

ନୟାଗଡ଼ର ଶାରୀରିକ ଶିକ୍ଷା ନିରିକ୍ଷକ ପ୍ରକାଶ ଚରଣ ଶାନ୍ତ ଅତିଥିମାନଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଖେଳର ଉଦଘୋଷକ ଭାବେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଧାରାବିବରଣୀ ପ୍ରଦାନ କରିଥିଲେ। ଶେଷରେ ୦-୧ ଗୋଲ୍ ରେ ବିଜୟୀ ହୋଇଥିଲା ଓଡ଼ଗାଁ ବ୍ଳକ । ଆଜିର ଖେଳରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଓଡ଼ଗାଁ ବ୍ଳକର ସୁଭେନ୍ଦୁ କୁମାର ସ୍ୱାଇଁଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ମୁଖ୍ୟଅତିଥି ସମ୍ମାନିତ କରିଥିଲେ।

ଆଜିର ଖେଳ ପରିଚାଳନା ସୁବାସ ଚନ୍ଦ୍ର ବେହେରା କରିଥିବା ବେଳେ ସହଯୋଗୀ ଖେଳ ପରିଚାଳକ ଭାବେ ରବୀନ୍ଦ୍ର ନାଥ ନାୟକ, ଧନେଶ୍ଵର ଗିଧି, ଗଙ୍ଗାଧର ସେଠୀ ଖେଳ ପରିଚାଳନା କରିଥିଲେ। ନୟାଗଡର ୮ ଟି ବ୍ଲକ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆନ୍ତଃବିଦ୍ୟାନଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ୧୫ ତାରିଖରେ ହେଉଥିବାବେଳେ ଫାଇନାଲମ୍ୟାଚ ଆସନ୍ତା ୧୭ ତାରିଖ ଦିନ ଅନୁଷ୍ଠିତ ହେବ।