ପାରଳାଖେମୁଣ୍ଡି ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ ଥିବା ରକ୍ତ ଭଣ୍ଡାର ଠାରେ ଗଜପତି ବ୍ଲଡ଼ ଡୋନର ପକ୍ଷରୁ ରକ୍ତ ଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ ( ତାରିଖ ଆଶ୍ୱିନ ୨୦୨୨,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ଗଜପତି ବ୍ଳଡ଼ ଡୋନର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ ରିବନ କାଟି ଶୁଭ ଉଦଘାଟନ କରିଥିଲେ।ଗଜପତି ବ୍ଲଡ଼ ଡୋନର ଓ HDFC ଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ୨୫ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।ଏହି କାର୍ଯ୍ୟକ୍ରମରେ ଗଜପତି ବ୍ଲଡ଼ ଦୋନର ର ସଭାପତି ଜୀ. ନବୀନ କୁମାର, ଉପ ସଭାପତି ଏସ. ଋଷି,ସମ୍ପାଦକ ୱାଇ. ଚନ୍ଦ୍ର ଶେଖରଙ୍କ ସମେତ କେ. ଶରତ କୁମାର, ଅମ୍ବିକା ମହାପାତ୍ର, ମୋହିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ। ବ୍ଲଡ଼ ବ୍ୟାଙ୍କର ଲେବ ଟେକ୍ନିସିଆନ ଖଗେଶ୍ବର ବେହେରା ଓ ମେନେଜମେଣ୍ଟ ଆସିଷ୍ଟାଣ୍ଡ ପିଙ୍କି ପାଢ଼ୀଙ୍କୁ ଗଜପତି ବ୍ଲଡ଼ ଡୋନର ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛିମୁଖ୍ୟ ଅତିଥି ଜୀ. ତିରୁପତି ରାଓଙ୍କ ଦ୍ବାରା ରକ୍ତ ପ୍ରଦାନ କାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି।