ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ବିୟୋଗରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଶୋକ ବାର୍ତା


ଓଡ଼ିଶା ତାଜା ନ୍ୟୁଜ ( ତାରିଖ ଆଶ୍ୱିନ ୨୦୨୨,ମଙ୍ଗଳବାର ) ପଦ୍ମପୁର :- ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗରେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଏବଂ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏକ ଶୋକ ବାର୍ତା ରେ କହିଛନ୍ତି ଯେ ସ୍ବର୍ଗତ ବରିହା ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗ ଙ୍କର ଦୃଢ଼ ସ୍ୱର ଥିଲେ । ପଦ୍ମପୁର ଭଳି ଏକ ଜନଜାତି ବହୁଳ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ପ୍ରତିନିଧିତ୍ୱ କରି ଅଞ୍ଚଳ ର ଜନମାନସର ଏକ ପ୍ରତିବିମ୍ବ ଥିଲେ ।

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ଜନତା ଦଳ ଏବଂ ପରବର୍ତ୍ତୀ କାଳରେ ବିଜୁ ଜନତା ଦଳରେ ସଙ୍ଗଠନ କୁ ପଦ୍ମପୁର ଅଞ୍ଚଳରେ ସେ ସୃଦୃଢ଼ କରିପାରିଥିଲେ ତାଙ୍କ ସହିତ ମୋର ଦୀର୍ଘ ଦିନର ସମ୍ପର୍କ ଥିଲା ଏବଂ ଏବଂ ତାଙ୍କ ମୃତ୍ୟୁରେ ଆମ ଅଞ୍ଚଳର ଏକ ଶାଣିତ ସ୍ୱର ମଉଳି ଗଲା । ଈଶ୍ୱର ତାଙ୍କର ଆତ୍ମା କୁ ସଦଗତି ଏବଂ ତାଙ୍କ ପରିବାର ଜନଙ୍କୁ ଏହି ଦୁଃଖ ସମୟରେ ଶକ୍ତି ଓ ସାହାସ ଦିଅନ୍ତୁ ।