ସ୍କୁଲ ପିଲାଙ୍କୁ ବ୍ୟାଗ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ ( ତାରିଖ ଆଶ୍ୱିନ ୨୦୨୨,ମଙ୍ଗଳବାର ) ଖୋର୍ଦ୍ଧା-ଜଟଣୀ :- ପବିତ୍ର ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ଜଟଣୀର ଅଣ ଅନୁଦାନ ପ୍ରାପ୍ତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରହେମତ ଟ୍ରଷ୍ଟ ପକ୍ଷରୁ କୁଦିଆରୀ ମାଲଗୋଦାମ ବସ୍ତି ଅଞ୍ଚଳରେ ବସବାସ ଗରିବ ଲୋକଙ୍କ ପିଲା ମାନଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି।ବସ୍ତି ଅଞ୍ଚଳରେ ବସବାସ କରୁଥିବା ଏହି ଗରିବ ପିଲା ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମଟି କରାଯାଇଛି ଏବଂ ଆଗକୁ ଆହୁରି ଅନେକ ଜନ ହିତକାରୀ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶୟଦ ଫଏଜୁଲା କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଇଫତେଖାର ଅଲ୍ଲୀ,

ରଥୀପୁର ଗ୍ରାମର ଯୁବ ସଙ୍ଗଠକ ତଥା ସମାଜସେବୀ ନିବାସ ପାଇକରାୟ ,ଆନ୍ଧ୍ର ରାଜମୁନ୍ଦ୍ରୀ ର ସମାଜସେବୀ ମହେବୁବ ବାଶା, ହରିଶ ଜଗନ, ଜଟଣୀର ଯୁବ ସମାଜସେବୀ ଇଯାଜ ସିଦିକି,ଶେଖ ସଲୀମୁଦ୍ଦିନ, ଈର୍ଷାଦ ଆଲମ ଓ ଅସରଫ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।