ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡ଼ା ପୋଲିସ ପଡିଆରେ ଅଗ୍ନିପଥ ପାଇଁ ଟ୍ରେନିଂ ପାଉଥିବା ଯୁବକମାନଙ୍କୁ ହାଇଟେକ୍ ଗ୍ରୁପ ପକ୍ଷରୁ ଟିସାର୍ଟ ବୁଟ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି:- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ପୋଲିସ ପଡିଆଠାରେ ଅଗ୍ନିପଥ ସୈନ୍ୟବାହିନୀ ନିଯୁକ୍ତି ପାଇଁ ଟ୍ରେନିଂ ପାଉଥିବା ଯୁବକ ମାନଙ୍କୁ ଆଜି ହାଇଟେକ ଗ୍ରୁପ ତରଫରୁ T-Shirts & Shoes ଗଜପତି ଜିଲ୍ଲା D.E.O ଶ୍ରୀ ସୌଭାଗ୍ୟ ସ୍ମୃତିରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ବଣ୍ଟନ କରଯାଇଥିଲା ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଥିତି ଭାବେ ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରହୀ, ବିଜେଡ଼ି ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ ଓ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓଙ୍କ ଦ୍ଵାରା ବଣ୍ଟାଯାଇଥିଲା । ଏହି ଅବସରରେ ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ,ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଶାସନମ ବାଳରାଜୁ,ଶ୍ରୀ ରାଜୁ ବେହେରା, ଏବଂ ବିଜେଡ଼ି ନେତା ଓ କର୍ମୀମାନେ ଯୋଗଦେଇଥିଲେ ।ପାରଳାଖେମୁଣ୍ଡି(ଗିରୁଡ଼ ଧ୍ଵଜ ଚୌଧୁରୀ)