ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ରବିବାର ) ଖୋର୍ଦ୍ଧା-ଜଟଣୀ :- ସ୍ୱର୍ଗତ ପ୍ରହ୍ଲାଦ ଚରଣ ସ୍ୱାଇଁଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜଟଣୀ ମ୍ୟୁନିଶିପାଲଟି ଛକ ସ୍ଥିତ ସରାଫ ଧର୍ମଶାଳା ଠାରେ ଜଟଣୀ ସୁରକ୍ଷା ମଞ୍ଚ ଓ ଅଭିଳାଷ ଚାରିଟେବୁଲ ଟ୍ରଷ୍ଟ ଦ୍ବାରା ଆୟୋଜିତ କରାଯାଇଥିଲା । ଏହି ଶିବିରରେ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ କଟକ-ଭୁବନେଶ୍ୱର କମିଶନରରେଟ ପୋଲିସର ଏସିପି ଲଳିତେନ୍ଦୁ ମହାନ୍ତି, “ଓଡ଼ିଶା ରକ୍ତ ଭଣ୍ଡାର”ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ଃ ସୌରଭ ସୁନ୍ଦର ରାୟ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଶିବିରକୁ ସ୍ବର୍ଗତ ପ୍ରହ୍ଲାଦ ସ୍ୱାଇଁଙ୍କ ସୁପୁତ୍ର ଲକ୍ଷ୍ମୀ ନାରାୟଣ ସ୍ୱାଇଁ, ଜଟଣୀ ସୁରକ୍ଷା ମଞ୍ଚର ଚିତ୍ତ ରଞ୍ଜନ ପ୍ରଧାନ ଓ ଅଭିଳାଷ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।