ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣିଲେ ସୁଭସ୍ମିତା

ଓଡ଼ିଶା ତାଜା ନ୍ୟୁଜ (୨୪ ସେପ୍ଟେମ୍ବର ଶନିବାର ) ନୂଆଗାଁ :- ଜିଲ୍ଲା ସ୍ତରୀୟ ଅମୃତ ମହୋତ୍ସବ ଉପଲକ୍ଷେ ନୟାଗଡ ଡି ଆର୍ ଡି ଏ ପରିସରରେ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିଅର ଓ ସିନିଅର ବିଭାଗକୁ ନେଇ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ୮ ଟି ବ୍ଲକ୍ ରୁ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ପରିଡ଼ା ଜୁନିଅର ବିଭାଗର କୁଇଜ୍ ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାର କରି ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଯୋଗଦେଇ ସୁଭସ୍ନିତା ଙ୍କୁ ପୁରସ୍କୃତ କରିଥିଲେ । ଶୁଭସ୍ମିତା ନୂଆଗାଁ ବ୍ଲକ୍ ପାଇଁ ଗୌରବ ଆଣି ଥିବାରୁ ଶିକ୍ଷକ ,ଶିକ୍ଷୟତ୍ରୀ ,ବୁଦ୍ଧିଜୀବୀ, ଅଭିଭାବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।