କଟକ ସହରର ବାଦାମବାଡ଼ି ସ୍ଥିତ ଭରତିଆ ଟାୱାରର ପଞ୍ଚମ ମହଲାରେ ନିଆଁ – ଜଣେ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ଶୁକ୍ରବାର ) ଭୁବନେଶ୍ବର :-  କଟକ ସହରର ବାଦାମବାଡ଼ି ସ୍ଥିତ ଭରତିଆ ଟାୱାରର ପଞ୍ଚମ ମହଲାରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଭରତିଆ ଟାୱାରରେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଥିବାବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ପ୍ରାୟ ଘଣ୍ଟାଏ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

ଭରତିଆ ଅଗ୍ନିକାଣ୍ଡର ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜାଣିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟରେ କଟକ ସହରର ବାଦାମବାଡ଼ି ବସଷ୍ଟାଣ୍ଡରେ ଭରତିଆ ଟାୱାର ରହିଛି । ଭରତିଆ ଟାୱାରରେ ଶତାଧିକ ବ୍ୟବସାୟ ଅନୁଷ୍ଠାନ ରହିଛି ।