ନଅଦଫା ଦାବୀ ନେଇ ସର୍ବଭାରତୀୟ ଗାର୍ଡ଼ କାଉନସିଲ୍ ପକ୍ଷରୁ ଧାରଣା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୦ ସେପ୍ଟେମ୍ବର ମଙ୍ଗଳବାର ) ଜଟଣୀ :- ସର୍ବଭାରତୀୟ ଗାର୍ଡ଼ କାଉନସିଲ୍ ନୂଆଦିଲ୍ଲୀ ସହିତ ଅନୁବନ୍ଧିତ ଥିବା ପୂର୍ବତଟ ରେଳପଥ ଗାର୍ଡ଼ କାଉନସିଲ୍ ର ଜୋନାଲ ସେକ୍ରେଟାରୀ ଏକେ ଦାସଙ୍କ ନେତୃତ୍ଵରେ ନଅଦଫା ଦାବୀ ନେଇ ଖୋର୍ଦ୍ଧାରୋଡ ମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ତାଳଚେର ଓ ପାରାଦୀପ ମଣ୍ଡଳର ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ l ଏହି ମର୍ମରେ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କ ଉଦ୍ଧେଶ୍ୟରେ ଖୋର୍ଦ୍ଧାରୋଡ ଡିଆର ଏମ୍ ଙ୍କ ମାଧ୍ୟମରେ ଦିଆଯାଇଥିବା ଦାବିପତ୍ର ମୁତାବକ ରେଳ ମନ୍ତ୍ରଣାଳୟ ଙ୍କ ନିୟମ ଅନୁସାରେ କିଲୋମିଟର ହାର ୧୨୦ ମଧ୍ୟରେ ସୀମିତ ରହୁ,  

ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଲାଇନ୍ ବକ୍ସ ର ପୁନଃ ବ୍ୟବହାର, ରେଳ ରନିଂ ରୁମ୍ ରେ ଉତ୍ତମ ଖାଦ୍ୟ ପରିବେଷଣ,ପ୍ରମୋଶନ କ୍ଷେତ୍ରରେ ଟିଏମ୍ ଆର୍ ଓ ଅପରେଟିଂ କର୍ମଚାରୀ ମାନଙ୍କ ମଧ୍ୟରେ ଭେଦଭାବ କରାନଯାଉ, ଗୁଡସ୍ ସାଇଡିଂରେ କଂକ୍ରିଟ ନିର୍ମିତ ପାଦଚଲା ରାସ୍ତା ନିର୍ମାଣ, ଓଟି ଏବଂ ମାଇଲେଜ ଏରିଆର ରେ ତୁରନ୍ତ ବଳକା ଅର୍ଥ ପ୍ରଦାନ, ଟ୍ରେନ୍ ମ୍ୟାନେଜର ମାନଙ୍କ ଲାଗି ମାଲ୍ ଗାଡ଼ି ମାନଙ୍କରେ ବସି ଓ ଲେଖିବା ପାଇଁ ସଠିକ୍ ସିଟ୍ ନିର୍ମାଣ, ଟ୍ରେନ୍ ମ୍ୟାନେଜରଙ୍କ ବିନା ଅନୁପସ୍ଥିତିରେ ଗାଡ଼ି ଚାଳନା, ଦୁର୍ଘଟଣା କ୍ଷେତ୍ରରେ ଭେଦଭାବ କରାନଯାଉ ଭଳି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଗାର୍ଡ କାଉନ୍ସିଲ ନ୍ୟୁଦିଲ୍ଲୀ ସନ୍ତୋଷ କୁମାର ନିଶଙ୍କ,  ଜୋନାଲ ସହସମ୍ପାଦକ ଏସ୍ଏସ୍ ଦାସ, ମଣ୍ଡଳ ସଭାପତି ବି ସି ଭି ରାଜୁ, ଅତିରିକ୍ତ ଜୋନାଲ ସହ ସମ୍ପାଦକ ଏକେ ପରିଡା, ପାରାଦୀପ୍ ସମ୍ପାଦକ ବି ଏନ୍ ମହାନ୍ତି, ତାଳଚେର ସମ୍ପାଦକ ପିକେ ରାୟ, ମଣ୍ଡଳ ଉପସଭାପତି ଅଲିମ ଖାନ୍ ଙ୍କ ସମେତ ବହୁ ଟ୍ରେନ ମ୍ୟାନେଜର ମାନେ ଯୋଗ ଦେଇଥିଲେ l