ସ୍ମୃତି ଖୋଜୁଛି ତାଳବଣିଆ: ଲାଗିଲା ୬ହଜାର ତାଳଚାରା

ଓଡ଼ିଶା ତାଜା ନ୍ୟୁଜ (୧୬ ସେପ୍ଟେମ୍ବର ଶୁକ୍ରବାର ) ପୁରୀ :- ତାଳବଣିଆ ର ଶ୍ରୀବୃଦ୍ଧି ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛି ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା । ଟାଲବଣିଆ କୁ ବଞ୍ଚାଇ ରଖିବାକୁ ପ୍ରଶାସନ ସମସ୍ତ ସହଯୋଗ ଯୋଗାଇଦେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଭାରତ ବିକାଶ ପରିଷଦ, ଶ୍ରୀଜଗନ୍ନାଥ ଧାମ ଶାଖା ପକ୍ଷରୁ ଅନୁଷ୍ଠିତ ,”ସ୍ମୃତି ଖୋଜୁଛି ତାଳବଣିଆ”କାର୍ଯ୍ୟକ୍ରମ କୁ ଉଦଘାଟନ କରି ଶ୍ରୀବର୍ମା,ତାଳଗଛ ବିଲୁପ୍ତ ତାଳବଣିଆ କୁ ପୁନଃରୁଦ୍ଧାର କରିବା ପାଇଁ ଭାରତ ବିକାଶ ପରିଷଦ ର କ୍ରମାଗତ ପ୍ରୟାସ ର ଭୂୟସୀ ପ୍ରଶଂସା କରିଥିଲେ । ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ପୁରୀ ପୌରସଂସ୍ଥା ର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ହରିହର ହୋତା, ଭାରତ ବିକାଶ ପରିଷଦ ର ପୂର୍ବକ୍ଷେତ୍ର କ୍ଷେତ୍ରୀୟ ମହାସଚିବ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ପରିବେଶବିତ୍ ବଦ୍ରି ମିଶ୍ର ଯୋଗଦାନ କରିଥିଲେ ।

ପର୍ଯ୍ୟବରଣ ଆବାହକ ସନ୍ତୋଷ କୁମାର ମହାନ୍ତିଙ୍କ ନେତୃତ୍ୱ ରେ ଶରତ ଜୟସିଂହ, ନେତୃତ ରେ ସୁପ୍ରିତି ରଥ, ମମତା ପାତ୍ର,ବୁଦ୍ଧଦେବ ମହାପାତ୍ର,ଲାଲା ଅନନ୍ତ କୁମାର ସିଂହଁ, କୃଷ୍ଣ ଚନ୍ଦ୍ର ସାହୁ,ମନୋଜ ସାମନ୍ତରାଏ ,ନିମେଇଁ ଚରଣ ସାହୁ,ଓମ୍ ପ୍ରକାଶ ମହାନ୍ତି, ଅଧ୍ୟାପକ ଲକ୍ଷ୍ମୀଧର ପଣ୍ଡା ,ପିତାମ୍ବର ମୋହାପାତ୍ର,ବାସୁଦେବ ସେନାପତି,ନରସିଂହା ରାଓ ପ୍ରମୁଖ ୬ହଜାର ତାଳଚାରା ରୋପଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ତିନିବର୍ଷ ତଳେ ପରିଷଦ ପକ୍ଷରୁ ତାଳବଣିଆ ରେ ୩ହଜାର ତାଳଚାରା ରୋପଣ କରାଯାଇଥିଲା। ଆଗାମୀ ଦିନ ମାନଙ୍କରେ ପର୍ଯ୍ୟାୟ କ୍ରମେ ଶ୍ରୀଜଗନ୍ନାଥ ଧାମ ଶାଖା ପକ୍ଷରୁ ଏକଲକ୍ଷ ତାଳମଞ୍ଜି ରୋପଣ ର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି ସଚିବ ସୌମେନ୍ଦ୍ର ଦାସ ଜଣାଇଛନ୍ତି ।ତାଳବଣିଆ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ର ଏକ ଅବିଛେଦ୍ୟ ଅଙ୍ଗ । ମହାପ୍ରଭୁ ଙ୍କ ଦାରୁ ବିଶ୍ରାମ ଗୃହ କୁହାଯାଉ କି ମହାପ୍ରଭୁଙ୍କ ଚାରମାଳ ସବୁରେ ପ୍ରାଥମିକତା ଏହି ତାଳଗଛ ।

ତାଳପତ୍ର ର ଅଭାବରୁ ଭକ୍ତମାନେ ପଲିଥିନରେ ମହାପ୍ରସାଦ ନେଉଛନ୍ତି । ତାଳ ଗଛ ର ଅଭାବ ମଧ୍ୟ ଲୋକଙ୍କ ଜୀବିକା ଛଡାଇ ନେଇଛି । ଏହି ଭଳି ଏକ ସମ୍ବେଦନ ଶୀଳ ଅଭିଯାନ କୁ ଭାରତ ବିକାଶ ପରିଷଦ ଶ୍ରୀଜଗନ୍ନାଥ ଧାମ ଶାଖା ଗୁରୁତର ସହ ନେଇଛି ଏବଂ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସହଯୋଗ ର ହାତ ମଧ୍ୟ ବଢାଯାଇଛି । ତାଳ ବଣିଆ ରେ ତାଳ ଗଛ ଲଗାଇବା ପାଇଁ ନେହେରୁ ଯୁବକେନ୍ଦ୍ର, ପୁରୀ ସେବା ସମିତି, ଉମିଦ ଫାଉଣ୍ଡେସନ ପ୍ରଭର୍ତି ବହୁ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ କରିବାର ପ୍ରତିଶ୍ରୁତି ମଧ୍ୟଦେଇଛନ୍ତି । ଭାରତ ବିକାଶ ପରିଷଦର ପ୍ରୟାସ ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କ ସହଯୋଗ ରେ ପୁରୀ ତାଳବଣିଆ ର ପୂର୍ବ ଗୌରବ ଫେରାଇ ଆଣିବା ରେ ସମସ୍ତେ ସହଯୋଗ କରିବାକୁ ଶ୍ରୀଜଗନ୍ନାଥ ଧାମ ଶାଖା ତରଫରୁ ଅନୁରୋଧ କରାଯାଇଛି ।