ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର


ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ବୁଧବାର )ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଲରିକେତା ଘାଟିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଟ୍ରାକ୍ଟର l ତେବେ ସୌଭାଗ୍ୟ ବଶତଃ ଡ୍ରାଇଭର ଜଣଙ୍କ ବର୍ତ୍ତି ଯାଇଛନ୍ତି l

ସୂଚନା ଯୋଗ୍ୟ ଯେ, ଦ୍ରୁତ ଗତିରେ ଟ୍ରାକ୍ଟର ଚାଳକ ଗାଡି ଚଳାଉଥିବାରୁ ଭାରସାମ୍ୟ ହରାଇ ଘାଟିର ରାସ୍ତା କଡ଼କୁ ଖସିଯାଇଥିଲା l ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ନମ୍ବର ହେଉଛି ଓଡି-୧୨ ସି-୨୮୬୨ l ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଛି l