ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଏବଂ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ପାରଳାଖେମୁଣ୍ଡି :-  ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଆଜି ସନ୍ଧ୍ୟାରେ ସ୍ଥାନୀୟ ପାରଳାଖେମଣ୍ଡି ସ୍ଥିତ ଟାଉନ୍ ହଲ୍ ପରିସରରେ ଉପ-ଜିଲ୍ଲାପାଳ ଶ୍ରୀଆଲୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି। ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଜିଲ୍ଲାର କଳା,ସଂସ୍କୃତି ମାଧ୍ୟମରେ ଆମ ଜିଲ୍ଲା ଆଗକୁ ବଢ଼ିବାରେ ସାହାୟକ ହେବ ଏବଂ ଉପସ୍ଥିତ ଥିବା ନୃତ୍ୟ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଜିଲ୍ଲା ସଂସ୍କୃତି ପରିଷଦ ଓ ସମଲେଇ ନୃତ୍ୟକଳା ପରିଷଦର ମିଳିତ ଆନୁକୁଲ୍ୟରେ ନୂଆଁଖାଇ ଭେଟଘାଟ-୨୦୨୨ ପାଳିତ ହୋଇଯଇଛି । ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁ ଖାଇ ଓ ଭାଇଚରା ପର୍ବ ଏହି ପର୍ବ ପଶ୍ଚିମ ଓଡିଶାର ସମେତ ସାରା ରାଜ୍ୟରେ ପାଳନ କରାଯାଉଛି ।

ଏହି ଉପଲକ୍ଷେ ସ୍ଥାନୀୟ କଳାକାର ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ନାଟକ ପରିବେଷଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପାରଳାଖେମଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଉପସ୍ଥିତ ଥିଲେ ବେଳେ କାର୍ଯ୍ୟକ୍ରମରେ ପ୍ରାକ୍ତନ ନଗରପାଳ ପାରଳାଖେମୁଣ୍ଡି ପୌରପରିଷଦ ନୃସିଂହ ଚରଣ ପଟ୍ଟନାୟକ ମଞ୍ଚାସିନ ଥିଲେ। ଅନ୍ ୟମାନଙ୍କ ମଧ୍ୟରେ ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ତନୁଜା ଶତପଥୀ, ବାଳକୃଷ୍ଣ ପାଣିଗ୍ରାହୀ, ଆଦର୍ଶ ଦାସ ସମେତ ବହୁ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ l