କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରକ୍ତଦାନ ଶିବିର ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଶୁକ୍ରବାର) କୁଡୁମୁଲୁଗୁମ୍ମା :- କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚିତ୍ରକୋଣ୍ଡା ମାନ୍ୟବର ବିଧାୟକ ପୁର୍ଣ୍ଣ ଚନ୍ଦ୍ର ବାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁଡୁମୁଲୁଗୁମ୍ମା ବିଏସଏଫ ୧୫୧ ବାଟାଲିୟନ ର ଅତିରିକ୍ତ କମାଣ୍ଡର ସୈାରଭ ଫୈ।ଜଦାର, ସ୍ଥାନୀୟ ଫାଣ୍ଡି ଅଧିକାରୀ ଅଜିତ କୁମାର ଷଡଙ୍ଗୀ, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

ଆଜିର ଏହି ଶିବିର ପୁର୍ବତନ ଦିବ°ଗତ ବିପିଏମ୍ √ ହର ପ୍ରସାଦ ତାରିଣୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କରା ଯାଇଅଛି । ସମସ୍ତ ଅତିଥି ଦିବ°ଗତ ହର ବାବୁ°କ ତୈଳ ଚିତ୍ର ରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ବାକା ସମସ୍ତ ଯୂବ ସମାଜକୁ ରକ୍ତଦାନ ଭଳି ପୁଣ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଏସଏଫ ଯବାନ, ହସ୍ପିଟାଲ କର୍ମଚାରୀ , ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସମୁହ ଓ ସ୍ଥାନୀୟ ଜନସାଧାରଣ ମାନେ ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ ର ସହ ରକ୍ତଦାନ କରିଥିବା ଜଣାପଡିଛି ।

ମାଲକାନଗିରି ବ୍ଲଡ଼ ବ୍ୟାଙ୍କ ରୁ ଆସିଥିବା କର୍ମଚାରୀ ମାନେ ଉପସ୍ଥିତ ରହି ଯଥେଷ୍ଟ ସତର୍କତା ଅବଲମ୍ବନ କରି ପାଖାପାଖି ୫୦ ୟୁନିଟ ରକ୍ତ ସଂଗ୍ରହ କରିଥିବା ବିଷୟରେ ସୁଚନା ଦେଇଛନ୍ତି । ସମ୍ପୁର୍ଣ୍ଣ ଶିବିର କୁ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର ଷଡଙ୍ଗୀ ପରିଚାଳନା କରିଥିଲାବେଳେ ଫାର୍ମାସିଷ୍ଟ ସଞୟ କୁମାର ପୃଷ୍ଟି ସହଯୋଗ କରିଥିବା ଜଣାପଡିଛି । ସ°ଞୋଗ ବସତଃ ଆଜି ବିଧାୟକଙ୍କ ଜନ୍ମଦିନ ଥିବାରୁ ଏହି ଅବସରରେ ବିଧାୟକ ଶ୍ରୀ ବାକା ସମସ୍ତ ବିଏସଏଫ ଯବାନ ଓ ସ୍ୱେଚ୍ଛାକୃତ ରକ୍ତଦାତା ମାନଙ୍କୁ ମିଠା ଖୁଆଇ ଆତ୍ମିୟତା ର ପରିଚୟ ଦେଇଛନ୍ତି ।