କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଅଗଷ୍ଟ ମଙ୍ଗଳବାର ) ଭୁବନେଶ୍ୱର :- କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I ଆଜି ପୂର୍ବାହ୍ନ ୮.୩୦ ସମୟରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କୀ ଜାତୀୟ ପତାକା ଉତ୍ତୋଳନ କରିଵା ସହ ଉପସ୍ଥିତ କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ପରେ ନଅ ଗୋଟି ଦଳ ଦ୍ୱାରା ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା I

କ୍ରୀଡା ଓ ଯୁବସେବା ବିଭଗ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କୁଇଜ଼, ଚିତ୍ରାଙ୍କନ, ଅନ୍ତାକ୍ଷରି, ରଙ୍ଗୋଲି, ମ୍ୟୁଜିକ ଚେୟାର, ଟଗ ଅଫ ୱାର, ବ୍ୟାଡମିଣ୍ଟନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା I ଏଥିସହିତ ଯୁକ୍ତ ୨ କଳା ପରୀକ୍ଷାରେ ଭଲ ନମ୍ବର ରଖିଥିବା ବାସ୍କେଟବଲ ଖେଳାଳି ଜତୀନ କୁମାର ବାରିକଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I

ଏହି ଅବସରରେ ବିଭିନ୍ନ କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ପତାକା ଉତ୍ତୋଳନ ଉତ୍ସବରେ ବିଭାଗର ଯୁଗ୍ମଶାସନ ସଚିବ ବିଜୟାନନ୍ଦ ନାୟକ ଏବଂ ଶୈଳେନ୍ଦ କୁମାର ଜେନାଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦେଇଥିଲେ I

ସେହିପରି ଆଜି ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗ ପୁଲ ପରିସରରେ ଅନ୍ୟ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ଶ୍ରୀ ଅଶୋକ ବରାଳ ପାଣିରେ ଭାସି ତ୍ରିରଙ୍ଗା ପତାକା ଉଡ଼ାଇଥିଲେ I ଏଥି ସହିତ ଗଭୀର ଜଳରେ ବିନା ଗୋଡ ହାତ ହଲାଇ କିପରି ଭାସି ହେବ ସେ କୌଶଳ ସ୍ପୋର୍ଟସ ହଷ୍ଟେଲର ଛାତ୍ରଛାତ୍ରୀଙ୍କୁ ଶିଖାଇଥିଲେ I

ଏଥିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଫୋରମ୍ ଫର ସ୍ମାର୍ଟର ପ୍ରତିଷ୍ଠାତା ସଦସ୍ୟ ତଥା ସଂଙ୍କଳ୍ପ ଟିଭିର ପ୍ରତିଷ୍ଠାତା ଅଶୋକ ଦାସ ଅତିଥି ଭାବେ ଯୋଗ ଦେଇଥିଲେ I