ମହୁଲି ନଦୀ ଘାଟ ରୁ ମୁତ କୁଟୁରା ଜବତ କଲା ବୈପାରିଗୁଡା ବନବିଭାଗ

ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଂଚଳ ଅଧିନସ୍ଥ ମହୁଲି ପଂଚାୟତର ନଦୀଘାଟ ପାଖରୁ ଆଜି ଏକ ମୁତ କୁଟୁରା ଜବତ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ବୈପାରିଗୁଡା ବନାଂଚଳ ଅଧିକାରୀ ତଥା ରେଞ୍ଜର ସନ୍ଦୀପ କୁମାର ପାଣିଗ୍ରାହୀ । ତେବେ ମୁତ କୁଟୁରା ୩୦ କେଜି ଓଜନର ହୋଇଥାଏ ବୋଲି ଅନୁମାନ କରିଛି ବିଭାଗ ।

ରାସ୍ତା ଭୁଲି ଯାଇ ଜଙ୍ଗଲ ଭିତ କୁ ନ ଯାଇ କୁଟୁରା ଗ୍ରାମ ଭିତରେ ପ୍ରବେଶ କରିଥିବା ବେଳେ କିଛି ଦୁର୍ବୁତ ତାକୁ ଶିକାର କରିବା ନେଇ କୁଟୁରାର ଚାରିପଟେ ଘେରି ରହିଥିବା ସମୟରେ ବୈପାରିଗୁଡା ବନବିଭାଗ କେଉଁ ଠାରୁ ସୂଚନା ପାଇଁ ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଂଚିବା ସମୟରେ ଦୂରରୁ ବନ କର୍ମଚାରୀଙ୍କୁ ଦେଖି ଲୋକେ ନଦୀଘାଟ ଠାରୁ ଫେରାର ହୋଇଯାଇଥିଲେ ।

ବୈପାରିଗୁଡା ବନବିଭାଗ ତରଫରୁ ମୁତ କୁଟୁରାକୁ ଜବତ କରିବା ସହ ବ୍ୟବଚ୍ଛେଦ କରିଥିବାର ଜଣାପଡିଛି । ବୈପାରିଗୁଡା ରେଞ୍ଜର ସନ୍ଦୀପ ପାଣିଗ୍ରାହୀ , ଫରେଷ୍ଟର ବିକାଶ ପାତ୍ର ଏବଂ ପାରା କର୍ମଚାରୀ ମାନେ ମହୁଲି ନଦୀଘାଟ ପାଖରୁ ମୁତ କୁଟୁରା ଜବତ କରିଥିବାର ଜଣାପଡିଛି ।