ନମ୍ୱର୍ ବିହିନ ମୋଟର ସାଇକେଲ ସହ ଛଅ ପକେଟ୍ ଗଞ୍ଜେଇ ଜବତ

ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) କଳାହାଣ୍ଡି :- ନର୍ଲା ପୋଲିସ ଏକ ମୋଟର ସାଇକେଲ ଓ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିଛି । ଗତ ବିଳମ୍ବିତ ରାତିରେ ଏକ ନମ୍ୱର୍ ବିହୀନ କଳାରଙ୍ଗର ମୋଟର ସାଇକେଲ ନର୍ଲା ଅନୁପମ ଚାନ୍ଦଙ୍କ ମୀର୍ଚି ହୋଟେଲ ପାଖରେ ଛାଡି ଫେରାର ହୋଇଥିବା ଜଣାଯାଏ । ସେଠାରେ ଏକ ଧଳା ରଙ୍ଗର ବ୍ୟାଗରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିଲା ।

ଆଜି ଗୁରୁବାର ସକାଳ ସମୟରେ ହୋଟେଲ ମାଲିକ ଆସି ଦେଖିଲା ପରେ ନର୍ଲା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ଟିମ୍ ଏବଂ ତହସିଲଦାର ମାନସ ରଂଜନ ତ୍ରିପାଠୀ ପହଞ୍ଚି ଗଞ୍ଜେଇକୁ ଜବତ କରିଥିଲେ । ଉକ୍ତ ବ୍ୟାଗରେ ଛଅ ପ୍ୟାକେଟ୍ ଗଞ୍ଜେଇ ସହିତ ଦୁଇଟି ରେନି କୋର୍ଟ ଏବଂ ମଟର ସାଇକେଲକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରୁଛି ନର୍ଲା ପୋଲିସ ।