ଵିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ – ମାଲକାନଗି

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ବୁଧବାର) ମାଲକାନଗି :- ଵିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ପଡିଆ:ଗୋଟିଏ ଗଛ କୋଟିଏ ଜୀବନ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଆଡ଼ମା ରାବାଙ୍କ ନେତୃତ୍ଵରେ ପଡିଆ ବ୍ଲକର ବାପାନପାଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଂପାଦକ ମେଶାକ୍ ମାଦ୍ରି, ପଡିଆ ବ୍ଲକ୍ ଯୁବ ଓ ଛାତ୍ର ବିଜେଡ଼ି କର୍ମକର୍ତ୍ତା,ପଡିଆ ବ୍ଲକ ଯୁବ ବିଜେଡ଼ି ସଭାପତି ଦୀପକ୍ ମିର୍ଦ୍ଧା, ବାପାନପାଲ୍ଲୀ ପଞ୍ଚାୟତ ସରପଞ୍ଚ ମେଢ଼ା ବାଗାମ୍,ସମିତି ସଭ୍ୟ ନନ୍ଦା ମାଡ଼କାମୀ,ଦିଲ୍ଲୀପ ପୋଟଲା, ହରିହର ଗାଇନ୍, ତାପସ ମଣ୍ଡଳ ଗୌରପଦ ଵିଶ୍ଵାସ ପ୍ରମୁଖ ଯୋଗଦାନ ଦେଇଥିଲେ ।