କୁଡୁମୁଲୁଗୁମ୍ମା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର) ମାଲକାନଗିରି :- କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗୁଣ୍ଡୁରିଗୁଡା ଠାରେ ୨୦୨୧-୨୨ ଶିକ୍ଷାବର୍ଷ ର ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶିତ ହେଲା ପରେ ଏହି ଆଦର୍ଶ ବିଦ୍ୟାଳୟ ରେ ଖୁସିର ଲହରୀ ଖେଳିଯାଇଛି । ଚଳିତ ବର୍ଷ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ କୃତିତ୍ୱ ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ରଶ୍ମି ରଞ୍ଜନ ଜେନା ୯୨% ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଥିଲା ବେଳେ ଦିନେଶ କୁମାର ସାହୁ ୯୧ %, ହ°ସିକା ପ୍ରିୟଦର୍ଶିନୀ ଦେ ୮୮ %, ଅମିତ୍ ସିଲ୍ ୮୪ %, ଜ୍ୟୋତି ବ୍ରହ୍ମା ନନ୍ଦି ୮୨%, ସୁକଦେବ ମାଢୀ ୮୦ % ମାର୍କ ସହ କୃତିତ୍ୱ ହାସଲ କରିଛନ୍ତି ।

ଆୟୋଜିତ ସମ୍ବର୍ଧନା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ସାହୁ, ସମାଜସେବୀ ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ସେମାନଙ୍କର ଏହି କୃତିତ୍ୱ ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସାହୁ ଚଳିତ ଶିକ୍ଷାବର୍ଷରୁ ଏକାଦଶ ଶ୍ରେଣୀ ପାଠ୍ୟକ୍ରମ ସରକାର ଖୋଲିଥିବାରୁ ଏହି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଶିକ୍ଷାଲାଭର ସୁଯୋଗ ପାଇପାରିବେ ବୋଲି ମତପୋଷଣ କରିଛନ୍ତି ଓ ଏଥି ସହିତ ପିଲାଙ୍କ ଅଭିଭାବକ ମାନେ ମଧ୍ୟ ଉକ୍ତ ବିଦ୍ୟାଳୟରେ ପ୍ରତ୍ୟେକ ବିଭାଗର ନୂତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିବାରୁ ଖୁସି ଜାହିର କରିଛନ୍ତି ।