ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ : 108 ଆମ୍ବୁଲାନ୍ସ ଡ୍ରାଇଭର୍ ଙ୍କ ମହାନତା

ଓଡ଼ିଶା ତାଜା ନ୍ୟୁଜ(୨୧ ଜୁଲାଇ ଗୁରୁବାର) ମାଲକାନଗିରି :- ରକ୍ତ ଆବଶ୍ୟକ ରୋଗୀକୁ ରକ୍ତ ଦାନ କଲେ 108 ଆମ୍ବୁଲାନ୍ସ ଡ୍ରାଇଭର । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ଙ୍କୁ ରକ୍ତ ଆବଶ୍ୟକ ହେଉଥିବା ବେଳେ ସେ ବିଭିନ୍ନ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମ ରେ ରକ୍ତ ଖୋଜୁଥିଲେ । ଠିକ୍ ସେତିକି ସମୟରେ ଆମ୍ବୁଲାନ୍ସ ରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଆସିଥିବା ପଡ଼ିଆ ଆମ୍ବୁଲାନ୍ସ ଡ୍ରାଇଭର ମିଲନ ପାଲ୍ ଏହି ଖବର୍ ଶୁଣିଥିଲେ ।

ଓ ସେ ଇଚ୍ଛାକୃତ ଭାବେ ରକ୍ତ ଦେବା ପାଇଁ ପ୍ରସ୍ତୁତ ହୋଇପଡ଼ିଥିଲେ । ରୋଗୀ ସେବା ଠାରୁ ଆରମ୍ଭ କରି ବିଭିନ୍ନ ସମୟ ରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଏହିଭଲି ମହାନତା ଦେଖାଇ ଥାନ୍ତି । ରୋଗୀ ଟି ର ରକ୍ତ ଆବଶ୍ୟକତା ପୂରଣ କରିଥିବା ରୁ ରୋଗୀ ଙ୍କ ସମ୍ପର୍କୀୟ ମିଲନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।