ଫେଲ ମାରିଲା ଯୋଜନା : ଚଢାଉ କରି ବାଘ ଛାଲ ଜବତ କଲା ବନବିଭାଗ , ଜଣେ ବେପାରୀ ଅଟକ

ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ବୈପାରିଗୁଡା :- ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା । ହେଲେ ସବୁ କିଛି ଯୋଜନା ଫେଲ୍ ମାରିଦେଲା । ଏହି ଯୋଜନା ଚାଲିଥିବା ବେଳେ ଚଢାଉ କଲା ରାମଗିରି ବନବିଭାଗର କର୍ମଚାରୀ ମାନେ । ବାଘ ଛାଲ ସହ ଜଣେ ବେପାରୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ବିଭାଗ । ତେବେ ବାହାର ରାଜ୍ୟକୁ ଜଣେ ଦଲାଲ ଚାଲାଣ ପାଇଁ ଅନ୍ୟ ଜଣଙ୍କ ସହ ଡିଲ କରୁଥିବା ସମୟରେ ରାମଗିରି ରେଞ୍ଜର କାର୍ତିକେଶ୍ୱର ଖଣ୍ଡାଇ ଓ ତାଙ୍କ କର୍ମଚାରୀ ମାନେ ଚଢାଉ କରି ଜଣେ ଯୁବକ ଓ ବାଇକ ସହ ବାଘ ଛାଲ ଜବତ କରି ବଡ ସଫଳତା ହାସଲ କରିଛନ୍ତି ।

ରାମଗିରି ରେଞ୍ଜର ପାଖ ଜଙ୍ଗଲ ରେ ହିଁ ଚଢାଉ କରି ଜବତ ହୋଇଛି ବାଘ ଛାଲ ବୋଲି ଜଣାପଡିଛି । ଖବର ଅନୁଯାୟୀ ଏହି ସ୍ଥାନରେ ବାଘ ଛାଲି ବିକ୍ରି ହେଉଥିବା ନେଇ ରାମଗିରି ବନାଂଚଳକୁ ସୂଚନା ମିଳିଥିଲା । ତେବେ ଘଟଣା ସ୍ଥଳକୁ ବନବିଭାଗ କର୍ମଚାରୀ ମାନେ ଗଲା ବେଳେ ଡିଲ୍ ଚାଲିଥିବା ସ୍ଥାନରୁ ବାଘ ଛାଲି ସହିତ ଦଣ୍ଡାବାଡି ଅଂଚଳର ଗୌଡଗୁଡା ଗ୍ରାମର ମନହର ଗୌଡ ( ୨୦ ) ଗିରଫ କରି ସାଙ୍ଗରେ ଆଣିଥିବା ଜଣାପଡିଛି ।

ଏହି ଚଢାଉରେ ରାମଗିରି ରେଞ୍ଜ ର ବନାଚଂଳ ଅଧିକାରୀ କାର୍ତିକେଶ୍ୱର ଖଣ୍ଡାଇ, ଫରେଷ୍ଟର ଚୈତନ୍ୟ ତନ୍ତ୍ରୀ , ଗଦାଧର ଚେଧୁରୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ ଏକ ଟିମ୍ ଗଠନ କରି ବେପାରୀଙ୍କୁ ଗିରଫ କରିଥିବାର କହିଛନ୍ତି ବନାଚଂଳ ଅଧିକାରୀ କାର୍ତିକେଶ୍ୱର ଖଣ୍ଡାଇ । ଘଟଣାରେ ବନବିଭାଗ ତଦନ୍ତ ଜାରୀ ରଖିଥିବା ବେଳେ ଅନ୍ୟ କେଉଁ ମାନେ ଏହି ଘଟଣାରେ ସାମିଲ ଅଛନ୍ତି ତାଙ୍କୁ ମଧ୍ୟ ଗିରଫ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାର ଜଣାପଡିଛି ।