ଉପଜିଲ୍ଲାପାଳଙ୍କ ଦ୍ବାରା ଜମି ପଟ୍ଟା ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁଲାଇ ମଙ୍ଗଳବାର/ମାଲକାନଗିରି,କାଳିମେଳା :- ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ କାଳିମେଳା ତହସିଲ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ୧୧ ଟି ସ୍କୁଲ ଓ ୨୮ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏମ୍ ଭି – ୭୨ ବିବେକାନନ୍ଦ ବିଦ୍ୟାପୀଠ, ଏମ୍ ପି ଭି- ୨୯ ରବିନ୍ଦ୍ର ବିଦ୍ୟାପୀଠ, ଏମ୍ ପି ଭି- ୮୨ ସ୍ବାମୀ ବିବେକାନନ୍ଦ ଵିଦ୍ୟାଭଵନ, ଗମ୍ପାକୋଣ୍ଡା ଏସ୍ ଏସ୍ ଡି ହାଇସ୍କୁଲ, ମାନ୍ୟମକୋଣ୍ଡା ୟୁଜି ହାଇସ୍କୁଲ,

ଏମ୍ ଭି- ୫୫ ଅରବିନ୍ଦ ହାଇସ୍କୁଲ, ଅନନ୍ତପାଲ୍ଲୀ ଏସ୍ ଏସ୍ ଡି ହାଇସ୍କୁଲ, ତେଲେରାଇ ୟୁଜି ହାଇସ୍କୁଲ ସହ ଏମ୍ ଭି- ୬୮, କାଙ୍ଗୁରକୋଣ୍ଡା ଏବଂ ଏମ୍ ଭି- ୯୫ ସ୍ଥିତ ବିଦ୍ୟାଳୟକୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଏଥିସହ କୁରୁଵୁ ଓ ଆମ୍ବାଗୁଡା ଗ୍ରାମର ୨୮ ଜଣ ଗରିବ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଳିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା, ଅତିରିକ୍ତ ତହସିଲଦାର ନାରାୟଣ ନାୟକ ଓ ପିଇଓ ରମେଶ ଵାରୋଇ ପ୍ରମୁଖ ଉପସ୍ଥିତ ଥିଲେ ।